fbpx

BIG BREAKING…ପିପିଲି-ଆଠଗଡ଼ରେ ନିର୍ବାଚନୀ ହିଂସା!; ୯ରୁ ଅଧିକ ଆହତ, ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଦେଲେ

AAKASH

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା! ଆଠଗଡ଼-ପିପିଲିରେ ହିଂସା । ଉଭୟ ଘଟଣାରେ ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ , ଆକ୍ରମଣ ଓ ପ୍ରତିଆକ୍ରମଣ । ୯ରୁ ଅଧିକ ଆହତ । ଆଠଗଡ଼-ପିପିଲିରେ ଟଙ୍କା ବାଣ୍ଟିବାକୁ ନେଇ ମୁହାଁମୁହିଁ ଓ ହାତାହାତି । ଆଠଗଡ଼ରେ ୫ରୁ ଅଧିକ ଆହତ । ସମସ୍ତ ଆହତ ଆଠଗଡ଼ ମେଡିକାଲରେ ଭର୍ତ୍ତି । ଜଣେ ନାବାଳକକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ।

ସେହିପରି ପିପିଲି ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ। ୩ ଜଣ ଅଟକ ରହିଛନ୍ତି । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ହେଇଛି । ସମିତି ସଭ୍ୟଙ୍କ ସହ ଆଉ ୨ ସହଯୋଗୀଙ୍କୁ ରାତିରେ ପିଛା କରି ଆକ୍ରମଣ । ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଥିବା ସୂଚନା । ଅନ୍ୟ ଦୁଇ ଜଣଙ୍କ ମୁଣ୍ଡ, ହାତରେ ଆଘାତ ।

ସରପଞ୍ଚ ଓ ତାଙ୍କ ବାପା ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ । ଜଣଙ୍କ ଘରକୁ ରାତିରେ ଟେକା ପଥର ମାଡ଼ରୁ ଗଣ୍ଡଗୋଳ ସୂଚନା । ବିଜେପି କର୍ମୀଙ୍କୁ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ୩ ଜଣ ଅଟକ ଥିବା ସୂଚନା ।

Get real time updates directly on you device, subscribe now.