fbpx

ପ୍ରଥମ ଥର ପାଇଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁହଁ ଖୋଲିଲେ ପିଏମ ମୋଦୀ, କହିଲେ କେଜ୍ରିୱାଲଙ୍କୁ କାହିଁକି ପଠାଗଲା ଜେଲ

AAKASH

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ପଦାକୁ ଆସିଛନ୍ତି, ପୁଣି ଜୁନ ୨ରେ ସେ ସରେଣ୍ଡର କରିବେ । ଏନେଇ ଅନେକ ପ୍ରକାର ପ୍ରଶ୍ନ ବି ଉଠିଛି । ଏହାରି ମଧ୍ୟରେ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ଏହି ବିଷୟରେ ମୁହଁ ଖୋଲିଛନ୍ତି । ଆସନ୍ତୁ ଜାଣିବା ଏହି ବିଷୟରେ..

ଟିଭି ପ୍ରସାରିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ କାହାକୁ ଜେଲ ପଠାନ୍ତି ନାହିଁ । ଯଦି କିଏ ଭୁଲ କରିଛି ତେବେ ତାକୁ ଦଣ୍ଡ ମିଳିବା ଆବଶ୍ୟକ । କିଏ କାହାକୁ ଜେଲ ପଠାଇପାରିବ ନାହିଁ । ଟଙ୍କାର ପାହାଡ ଧରାଯାଉଛି ଏବଂ ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଜନତା କହିବେ କିଭଳି ସରକାର ଇଏ, ଯିଏକି କିଛି କାମ କରୁନି । ନୋଟର ପାହାଡ ତ ସମସ୍ତେ ଦେଖିଥିବେ ।

ଅରବିନ୍ଦ କେଜ୍ରିୱାଲଙ୍କ ନାମ ନ ନେଇ ପିଏମ ମୋଦୀ ଆମ ଆଦମୀ ପାର୍ଟୀର ସଂଯୋଜକଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ନିଜ ଦିଲ୍ଲୀରେ ସ୍କୁଲ ପରିସରରେ ସେ ମଦ ବୋତଲର ଠିପି ଖୋଲି ପିଲାମାନଙ୍କ ଜୀବନ ସହ ଖେଳିଛନ୍ତି । ଆଉ ସେଇଟା କେବଳ ଦୁର୍ନୀତି କରିବା ପାଇଁ । ଯଦି ନ୍ୟାୟିକ ପ୍ରକ୍ରିୟାକୁ ଦେଖିବା ତେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁପ୍ରିମକୋର୍ଟ କଣ କହିଛନ୍ତି, ଦିଲ୍ଲୀ ମନ୍ତ୍ରୀଙ୍କ ପାଇଁ ହାଇକୋର୍ଟ କ’ଣ କହିଛନ୍ତି ତାହା ଦେଖିବାକୁ ପଡିବ । ନିଷ୍ପତ୍ତି ତ କୋର୍ଟ ନିଅନ୍ତି, ଆମେ ନେଉନାହୁଁ । ଆମେ କାହାକୁ ଜେଲ ପଠାଇପାରିବୁ ନାହିଁ କି କାହାକୁ ଜେଲରେ ରଖିପାରିବୁ ନାହିଁ ।

Get real time updates directly on you device, subscribe now.