fbpx
BJD SKY
BJD SKY

୩୦ଟି ଜିଲ୍ଲାରେ ନିଯୁକ୍ତି ପାଇଲେ ୩୦ ଜଣ ନୋଡାଲ ଅଧିକାରୀ: ପ୍ରତ୍ୟେକ ମାସରେ ଜିଲ୍ଲା ଗସ୍ତ କରି ରିପୋର୍ଟ ଦେବେ ଅଧିକାରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକରା ସର୍ବଦା ଯତ୍ନଶୀଳ ରହିଥାନ୍ତି । ଏଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ତେବେ ଏହି ଯୋଜନାଗୁଡ଼ିକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି । ଚାଷର ସ୍ଥିତି ଓ ଯୋଜନାର ତ୍ୱରିତ କାର୍ଯାନ୍ୱୟନ ଏବଂ ତଦାରଖ ପାଇଁ ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ଦାୟିତ୍ୱ ଦିଆଯାଇଛି ।

ଏହି ନୋଡାଲ ଅଧିକାରୀମାନେ ପ୍ରତ୍ୟେକ ମାସରେ ଜିଲ୍ଲା ଗସ୍ତ କରିବେ । ସେମାନେ ଜିଲ୍ଲାର ଚାଷର ସ୍ଥିତି, କାର୍ଯ୍ୟକାରୀ ହୋଇଥିବା ଯୋଜନାର ଅଗ୍ରଗତିର ସମୀକ୍ଷା, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ । ଅଧିକାରୀମାନେ ଏହି ସମୀକ୍ଷା ରିପୋର୍ଟକୁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଓ ବିଭାଗୀୟ ଶାସନ ସଚିବଙ୍କୁ ପ୍ରଦାନ କରିବେ । ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନଙ୍କଙ୍କ ସମେତ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ ଆଦି ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାର ନୋଡାଲ ଅଧିକାରୀ ଦାୟିତ୍ୱ ଦିଆଯାଇଛି । ଏହି ଗସ୍ତ ସମୟରେ ଅଧିକାରୀମାନେ ଚାଷୀଙ୍କ ବିହନ, ସାର, କୀଟନାଶକ, କୃଷି ସାମଗ୍ରୀ ଯୋଗାଣର ସ୍ଥିତି ପରଖିବେ । ଏଥିସହ ଫସଲ ଋଣ ଯୋଗାଣ, ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନା, ଓଡ଼ିଶା ମିଲେଟ୍ ମିଶନ, କ୍ଷେତପୋଖରୀ ଖନନ, ମହିଳା ସ୍ୱୟୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଗାଣ ଆଦିର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ ।

Get real time updates directly on you device, subscribe now.