fbpx

ଶେଷ ହେବାକୁ ଯାଉଛି କି’ କରୋନା ? ‘WHO’ ମୁଖ୍ୟ କହିଲେ…

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷରୁ ଅଧିକ ସମୟରେ ଧରି ସାରା ବିଶ୍ୱକୁ କବଳିତ କରିରଖିଛି କରୋନା ମହାମାରୀ । ଅବଶ୍ୟ ବର୍ତ୍ତମାନ ମହମାରୀର ସଂକ୍ରମଣ ଆଖିଦୃଶିଆ ହ୍ରାସ ହୋଇଛି । କିନ୍ତୁ ତଥାପି ଏବେ ବି କିଛି ଦେଶରେ ଏହି ଭାଇରସର ପ୍ରକୋପ ଜାରି ରହିଛି ।

ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି “ହୁ’ ମୁଖ୍ୟ । କରୋନା ଭାଇରସ ମହାମାରୀର ତିନି ବର୍ଷ ପୂରା ହେବାର କିଛି ମାସ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ର ପ୍ରମୁଖ କହିଥିଲେ ଯେ ଏବେ ଆଶା କରାଯାଇପାରିବ ଯେ ଏହି ଘାତକ ରୋଗର ଅନ୍ତ ନିକଟ । ସେ ବୁଧବାର କହିଛନ୍ତି ଯେ ଦୁନିଆ କେବେବି ଏହି ରୋଗ ଶେଷ ହେବାର ଏହାଠାରୁ ଉତ୍ତମ ପରିସ୍ଥିତି ଦେଖିନାହିଁ । ଅବଶ୍ୟ ଏହା ସହ ସେ ଭାଇରସ ଠାରୁ ଲଢ଼ିବା ପାଇଁ ସବୁ ଦେଶକୁ ନିଜର ପ୍ରୟାସ ଜାରି ରଖିବାକୁ କହିଛନ୍ତି । ଏହି ରୋଗ ଯୋଗୁଁ ବିଶ୍ୱରେ ୬୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ସମାଚାର ଏଜେନ୍ସୀ ଏଏଫପି ଅନୂଯାୟୀ, “ହୁ’ର ପ୍ରମୁଖ ଡା. ଟେଡ୍ରୋସ୍ ଅଧନୋମ ଘେବ୍ରେସସ ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ ମହାମାରୀକୁ ସମାପ୍ତ କରିବା ପାଇଁ ଏହାଠାରୁ ଅଧିକ ଉତ୍ତମ ସ୍ଥିତି କେବେ ଆସିନାହିଁ । ଆମେ ଏବେ ସେଠାରେ ପହଞ୍ଚିନାହେଁ, କିନ୍ତୁ ଏହାର ଅନ୍ତ ନିକଟ । ସେ ଆହୁରି କହିଛନ୍ତି ଯେ ଦୁନିଆକୁ ଏହି ସୁଯୋଗର ଫାଇଦା ଉଠାଇବା ଦରକାର ଏବଂ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଦରକାର । ଯଦି ଆମେ ଏବେ ଏହି ଅବସରର ଲାଭ ଉଠାଉନାହୁଁ, ତେବେ ଆମ ସାମ୍ନାରେ ଆଉ ଅଧିକ ଭ୍ୟାରିଏଣ୍ଟ, ଅଧିକ ମୃତ୍ୟୁ ଏବଂ ଅଧିକ ବ୍ୟବଧାନ ଏବଂ ଅଧିକ ଅନିଶ୍ଚିତତାର ବିପଦ ଆସିବ ।

ଘେବ୍ରେସସ ନିଜର ଏହି ଟିପ୍ପଣୀ ସହ ଏହି ସୂଚନା ମଧ୍ୟ ଦେଇଛନ୍ତି ଯେ ଗତ ସପ୍ତାହରେ ବୈଶ୍ୱିକ ସ୍ତରର ରିପୋର୍ଟରେ ମିଳିଥିବା ତାଜା ମାମାଲା ମାର୍ଚ୍ଚ ୨୦୨୦ ପରର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

Get real time updates directly on you device, subscribe now.