fbpx

ବଢ଼ିଲା SBI ମାର୍କେଟ କ୍ୟାପ୍: HDFC, ICICI ବ୍ୟାଙ୍କ୍ ପରେ ହେଲା ୫ ଲକ୍ଷ କୋଟିର ବ୍ୟାଙ୍କ୍

ନୂଆଦିଲ୍ଳୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ SBI ଶେୟାର ମାର୍କେଟରେ ମଧ୍ୟ କମାଲ କରିଦେଖାଇଛି । ବୁଧବାର କାରବାରରେ ଏସବିଆଇ ବଜାର ଆକଳନକୁ ମାତ୍ ଦେଇଛି ଏବଂ କାରବାର ସମୟରେ ଏହାର ଭ୍ୟାଲ୍ୟୁ ପ୍ରାୟ ୨.୫୦ ପ୍ରତିଶତ ବଢ଼ି ବିଏସଇରେ ୫୭୫ ପଏଣ୍ଟ ଉପରେ ପହଞ୍ଚିଛି । ଏହା ସହ ଷ୍ଟେଟବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମାର୍କେଟ କ୍ୟାପ୍ (SBI Mcap) ଏବେ ୦୫ ଲକ୍ଷ କୋଟି ପାର୍ କରିଛି । ଏସବିଆଇ ଏହି ସ୍ତର ହାସଲ କରିବାରେ ଦେଶର ତୃତୀୟ ବ୍ୟାଙ୍କ୍ ହୋଇଯାଇଛି ।

ଏବେ ଏସବିଆଇର ମାର୍କେଟ କ୍ୟାପ୍ ବିଏସଇରେ ୫.୧୦ ଲକ୍ଷ କୋଟି ପାଖାପାଖି ରହିଛି । ଏହା ପୂର୍ବରୁ HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ୍ ୦୫ ଲକ୍ଷ କୋଟି ଟଙ୍କାରୁ ଅଧିକ ମାର୍କେଟ କ୍ୟାପ୍ ହାସଲ କରିଥିଲା । ଏବେ ଆଇସିଆଇସିଆଇ ବ୍ୟାଙ୍କର ମାର୍କେଟ କ୍ୟାପ୍ ୬.୪୦ ଲକ୍ଷ କୋଟି ଟଙ୍କା ରୁ ଅଧିକ ରହିଛି । ସେହିଭଳି HDFC ବ୍ୟାଙ୍କ୍ ର ମାର୍କେଟ କ୍ୟାପ୍ ବର୍ତ୍ତମାନ ୮.୫୧ ଲକ୍ଷ କୋଟି ପାଖାପାଖି ରହିଛି । ମାର୍କେଟକ୍ୟାପ୍ ହିସାବରେ ଦେଖିଲେ ଏଚଡିଏଫସି ବ୍ୟାଙ୍କ ବର୍ତ୍ତମାନ ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ।

ଗତକାଲି ଏସୀୟ ବଜାର ଉପରେ ଆମେରିକା ବଜାର ଚାପ ରହିଥିଲେ ବି ଏସବିଆଇ କାରବାରରେ ଏହାର ଶେୟାର ଅଲ୍ ଟାଇମ୍ ହାଇ ରହିଥିଲା । କାରବାରର ଗୋଟିଏ ସମୟରେ ଏସବିଆଇ ଶେୟାର ମୂଲ୍ୟ ୨.୭୦ ପ୍ରତିଶତ ବଢ଼ି ୫୭୪.୬୫ ଟଙ୍କାରେ ପହଞ୍ଚିଥିଲା । ଏହା ଏସବିଆଇ ଷ୍ଟକ୍ ର ଅଲ୍ ଟାଇମ୍ ହାଇ ଲେବୁଲ ରହିଛି ।

Get real time updates directly on you device, subscribe now.