fbpx
BSKY
BJD MC SKY
BJD YOUTH SKY

୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ଗଭୀର କୂଅରେ ଖସି ପଡ଼ିଲେ ୩୦ ଜଣ, ଜାଣନ୍ତୁ ମୃତାହତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଜଣେ ୧୪ ବର୍ଷର ନାବାଳକକୁ ବଞ୍ଚାଇବାକୁ ଯାଇ ୩୦ ଜଣ ଲୋକ ଏକ ଗଭୀର କୂଅରେ ଖସି ପଡ଼ିବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । କୂଅରେ ଖସି ପଡ଼ିଥିବା କିଛି ପିଲାଙ୍କୁ ବଞ୍ଚାଇବାକୁ ଯାଇ ସେଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଫଳରେ କିଛି ଲୋକ ଭିଡ଼ରେ ନିୟନ୍ତ୍ରଣ ହରାଇ ୩୦ ଫୁଟ ଗଭୀର କୂଅ ଭିତରକୁ ଖସି ପଡ଼ିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଟିମଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ଗଞ୍ଜବାସୌଦାର ଲାଲ ପଠାର ଗ୍ରାମରେ ଜଣେ ୧୪ ବର୍ଷୀୟ ନାବାଳକ ୩୦ ଫୁଟ ଗଭୀର କୂଅରେ ପଡ଼ିଯାଇଥିଲେ । କୂଅରେ ପ୍ରାୟ ୧୫ ଫୁଟ ପର୍ଯ୍ୟନ୍ତ ଜଳପୂର୍ଣ୍ଣ ରହିଥିବାରୁ ନାବାଳକକୁ ବଞ୍ଚାଇବାକୁ ଯାଇ କୂଅ ଚାରିପାଖେ ପ୍ରବଳ ଭିଡ଼ ଜମିଥିଲା । ତେବେ ଏହି ସମୟରେ କୂଅ ଉପରେ ସିମେଣ୍ଟର ସ୍ଲାବ ପକାଯାଇଥିଲା । ମାତ୍ର ଭିଡ଼ ପାଇଁ ତାହା ହଠାତ୍ ଭାଙ୍ଗିଯିବାରୁ ୩୦ରୁ ଅଧିକ ଲୋକ କୂଅରେ ଖସି ପଡ଼ିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ଖବର ପାଇବା ପରେ ଆଇଜି, କମିଶନର, ଜିଲ୍ଲାପାଳ, ଏସପିଙ୍କ ପରି ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.