fbpx

ଚିରନିଦ୍ରାରେ ଶୋଇଗଲେ ‘ବାଳିକା ବଧୂ’ର ଦାଦୀ ସା, ଅଭିନେତ୍ରୀ ସୁରେଖା ସିକ୍ରୀ

ନୂଆଦିଲ୍ଲୀ: ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ର ଅଭିନେତ୍ରୀ ସୁରେଖା ସିକ୍ରୀଙ୍କ ନିଧନ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଆଜି ସକାଳ ସେ ହୃଦଘାତରେ ପ୍ରାଣତ୍ୟାଗ କରିଥିବା ଜଣାପଡ଼ିଛି । ‘ବାଳିକା ବଧୂ’ରେ ସୁରେଖା ଦାଦୀ ସା ଚରିତ୍ରରେ ଅଭିନୟ କରିଥିଲେ, ଯାହା ପାଇଁ ସେ ଦେଶର କୋଣ ଅନୁକୋଣରେ ପରିଚିତ ହୋଇପାରିଥିଲେ ।

ଗତ ୨୦୧୮ମସିହାରେ ଦାଦୀ ସାଙ୍କୁ ପେରାଲାଇଟିକ ଷ୍ଟ୍ରୋକ ଆସିଥିବାବେଳେ ୨୦୨୦ରେ ଦ୍ୱିତୀୟ ଥର ପାଇଁ ବ୍ରେନ୍ ଷ୍ଟ୍ରୋକରେ ପୀଡ଼ିତ ହୋଇଥିଲେ । ସୁରେଖା ୩ ଥର ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ସମଗ୍ର ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସେ ଅନେକ ଥିଏଟର, ଫିଲ୍ମ ଓ ଟିଭି ପରଦାରେ କାର୍ଯ୍ୟ କରିଛନ୍ତି । ୧୯୭୮ରେ ପଲିଟିକାଲ ଡ୍ରାମା ଫିଲ୍ମ କିସା କୁର୍ସି କା ମାଧ୍ୟମରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ୧୯୮୮ରେ ତମସ, ୧୯୯୫ରେ ମମୋ ଓ ୨୦୧୮ରେ ବଧାଇ ହୋ ଫିଲ୍ମ ପାଇଁ ସେ ତିନି ଥର ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୧୯୪୫ ମସିହା ଏପ୍ରିଲ ୧୯ ତାରିଖରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ସୁରେଖା ୧୯୭୧ ମସିହାରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଗ୍ରାଜୁଏସନ ଶିକ୍ଷା ସମାପ୍ତ କରିଥିଲେ । ସେ ନିଜର ଦୀର୍ଘ ଅଭିନୟ ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବହୁ ରାଜନେତା, ବଲିଉଡର ଅନେକ ଅଭିନେତା ଗଭୀର ଦୁଃଖପ୍ରକାଶ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.