fbpx
BSKY
BJD MC SKY
BJD YOUTH SKY

ଜାତୀୟ ସଂଯୋଜକ ପଦରୁ ଆକାଶ ଆନନ୍ଦଙ୍କୁ ହଟାଇଲେ ମାୟାବତୀ, କ’ଣ କହିଲେ?

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବି.ଏସ୍.ପି) ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ପଦରୁ ହଟାଇ ଦେଇଛନ୍ତି । ମାୟାବତୀ କିଛି ସମୟ ପୂର୍ବରୁ ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । ମାୟାବତୀ ମଧ୍ୟ ଆକାଶ ଆନନ୍ଦଙ୍କ ଠାରୁ ଏହି ଦାୟିତ୍ୱ ପ୍ରତ୍ୟାହାର କରିନେଇଛନ୍ତି । ମାୟାବତୀ ଟୁଇଟ୍ କରି ଏ ନେଇ ସୂଚନା ଦେଇଛନ୍ତି ।

ମାୟାବତୀ କହିଛନ୍ତି ଯେ, “ଆକାଶ ଆନନ୍ଦଙ୍କୁ ବି.ଏସ୍.ପିର ରାଷ୍ଟ୍ରୀୟ ସଂଯୋଜକ ଏବଂ ଏହାର ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲା, କିନ୍ତୁ ଦଳ ଏବଂ ଆନ୍ଦୋଳନର ବୃହତ୍ତର ସ୍ୱାର୍ଥରେ ସେ ପୂର୍ଣ୍ଣ ପରିପକ୍ୱତା ହାସଲ ନକରିବା ପର୍ଯ୍ୟନ୍ତ ତାଙ୍କୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ଅଲଗା କରାଯାଉଛି ।

ଆକାଶଙ୍କ ପିତା ଆନନ୍ଦ କୁମାର ପୂର୍ବ ଭଳି ଦଳ ଓ ଆନ୍ଦୋଳନରେ ନିଜ ଦାୟିତ୍ୱ ନିର୍ବାହ ଜାରି ରଖିବେ । ତେଣୁ ଦଳ, ଆନ୍ଦୋଳନ ସ୍ୱାର୍ଥ ଦୃଷ୍ଟିରୁ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ କାରାଭାନକୁ ଆଗକୁ ବଢ଼ାଇବା ପାଇଁ ବିଏସପି ଦଳର ନେତୃତ୍ୱ ସବୁ ପ୍ରକାର ତ୍ୟାଗ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।”

 

Get real time updates directly on you device, subscribe now.