fbpx
BSKY
BJD SHG SKY
BJD YOUTH SKY

ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ, ଘଟଣାସ୍ଥଳରୁ ଗାଡ଼ି ଫେରାର, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି । ପୁରୁଷଙ୍କ ମୃତ ଦେହକୁ ୫୦୦ ମିଟର ଘୋଷାଡ଼ି ନେଇଥିଲା ଅଜଣା ଗାଡ଼ି । ଦୁର୍ଘଟଣା ଘଟାଇ ଗାଡ଼ି ଫେରାର ଥିବାବେଳେ ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ସୂଚନାରୁ ପ୍ରକାଶ ପଳାଶୁଣୀ ଛକ ନିକଟରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଏକ ଦୃତଗାମୀ ଟ୍ରକ୍ ଆସି ସ୍ୱାମୀ ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁହିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କୁ ଟ୍ରକଟି ପଳାଶୁଣୀ ଛକରୁ ସତ୍ୟବିହାର ଛକ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଖବର ପାଇ ମଞ୍ଚେଶ୍ୱର ପୋଲିସ ଦୁଇ ମୃତ ଦେହକୁ ଜବତ କରି ମେଡିକାଲକୁ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.