fbpx
BSKY
BJD SHG SKY
BJD YOUTH SKY

Big Breaking: ନିଶା ଦେଇ +୨ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର: ଜଣେ +୨ ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହା ବୈଦ୍ୟନାଥ ଥାନା ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିବା ଜଣାପଡିଛି । ଏହି ନାବାଳିକାଙ୍କୁ ୮ ଜଣ ମିଶି ଗଣଦୁଷ୍କର୍ମ କରିଥବା ନେଇ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ କରାଯାଇଛି ।

ସୂଚନାନୁଯାୟୀ, ୩ ଦିନ ତଳେ ଛାତ୍ରୀ ଜଣଙ୍କ ନିଜ ପୁରୁଷ ସହପାଠୀଙ୍କ ଘରକୁ ଯାଇଥିଲେ । ସେହିଠାରେ ନାବାଳିକାଙ୍କୁ ନିଶା ଦିଆଯାଇ ଗଣଦୁଷ୍କର୍ମ ହୋଇଛି ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରି ୮ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.