fbpx
BSKY
BJD SHG SKY
BJD YOUTH SKY

ମାରାଡୋନାଙ୍କ ଗୋଲ୍ଡେନ୍ ବଲ୍ ଟ୍ରଫି ନିଲାମ ହେବ, ବିଶ୍ୱକପରେ ସର୍ବାଧିକ ଗୋଲ ସ୍କୋରର ଭାବେ ମିଳିଥିଲା ଏହି ଟ୍ରଫି

ପ୍ୟାରିସ୍‌: ଆର୍ଜେଣ୍ଟିନାର ଦିଗ୍‌ଗଜ ଫୁଟବଲ ଖେଳାଳି ଭାବେ ପରିଚିତ ଡିଏଗୋ ମାରାଡୋନା(Deigo Maradona)ଙ୍କ ଗୋଲ୍ଡେନ୍ ବଲ୍ ଟ୍ରଫି ନିଲାମ ହେବ । ୧୯୮୬ ଫିଫା ବିଶ୍ୱକପର ଶ୍ରେଷ୍ଠ ଖେଳାଳି ଭାବେ ମରାଡେନାଙ୍କୁ ଏହି ଟ୍ରଫି ମିଳିଥିଲା । ଚଳିତ ବର୍ଷ ଜୁନ ୬ରେ ଫ୍ରାନ୍ସରେ ଏହି ଟ୍ରଫି ନିଲାମ ହେବା ନେଇ ଅଗଟ୍ସ ନିଲାମ ହାଉସ୍‌(Aguttes auction house) ମଙ୍ଗଳବାର ସୂଚନା ଦେଇଛି । ଏହା ପ୍ରଥମ ଗୋଲ୍ଡେନ୍ ବଲ୍ ଭାବେ ନିଲାମ ହେବାକୁ ଥିବାବେଳେ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

ପ୍ରଥମ ଥର ପାଇଁ ଫୁଟବଲ ବିଶ୍ୱକପର ଗୋଲ୍ଡେନ୍ ବଲ୍ ଟ୍ରଫି ନିଲାମ ହେବାକୁ ଯାଉଛି । ୧୯୮୬ ମସିହା ମେକ୍ସିକୋରେ ଆୟୋଜିତ ହୋଇଥିବା ଫୁଟବଲ ବିଶ୍ୱକପରେ ମାରାଡୋନା ସଂଘର୍ଷପୂର୍ଣ୍ଣ ଫାଇନାଲରେ ପଶ୍ଚିମ ଜର୍ମାନୀକୁ ୩-୨ ଗୋଲରେ ଆର୍ଜେଣ୍ଟିନା ପରାସ୍ତ କରିଥିଲା । ଏହାକୁ ମାରାଡୋନାଙ୍କ ବିଶ୍ୱକପ୍ ବୋଲି ମଧ୍ୟ କୁହାଯାଏ । ଆର୍ଜେଣ୍ଟିନାର ଅଧିନାୟକ ୨୫ ବୟସ୍କ ମାରାଡୋନା ଏହି ବିଶ୍ୱକପରେ ସର୍ବାଧିକ ୫ଟି ଗୋଲ ସ୍କୋର କରି ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା । ଏହା ସହ ତାଙ୍କୁ ଗୋଲ୍ଡେନ୍ ବଲ୍ ଟ୍ରଫି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପରେ ୨୦୨୦ରେ ଡିଏଗୋ ମାରାଡୋନାଙ୍କ ମୃତ୍ୟୁ ହୋଇଥିଲା । କହିରଖୁଛୁ ୧୯୮୬ ଫୁଟବଲ ବିଶ୍ୱକପରେ ମାରାଡୋନା ପିନ୍ଧିଥିବା ଜର୍ସି ଏବଂ ମ୍ୟାଚର ବଲ୍ ପୂର୍ବରୁ ନିଲାମ ହୋଇସାରିଛି ।

 

Get real time updates directly on you device, subscribe now.