fbpx
BSKY
BJD MC SKY
BJD YOUTH SKY

ସାରା ବିଶ୍ୱରେ ଆଉ ବିକ୍ରି ହେବନି AstraZenecaର କରୋନା ଟିକା, ସାଇଡ ଇଫେକ୍ଟ ପାଇଁ କମ୍ପନୀ ନେଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ‘କୋଭିଶୀଲ୍ଡ’ ତିଆରି କରୁଥିବା ଏଷ୍ଟ୍ରାଜେନିକ ବର୍ତ୍ତମାନ ସାରା ଦୁନିଆରେ ନିଜ କରୋନା ଟିକା ଉପରେ ପ୍ରତିବନ୍ଧକ ଲଗାଇଛି । ମଙ୍ଗଳବାର ଦିନ ବ୍ରିଟିଶ-ସ୍ୱିଡିଶ ଫାଉଣ୍ଡେସନର ମଲ୍ଟିନେସନାଲ ଫାର୍ମାସୁଟିକଲ ଏବଂ ବାୟୋଟେକ୍ନୋଲୋଜୀ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସେମାନେ ଭ୍ୟାକ୍ସିନକୁ ପୁନଶ୍ଚ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ରଏଟର୍ସ ରିପୋର୍ଟ ମୁତାବକ ଆଗକୁ କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ, ଚାହିଦା ହ୍ରାସ ହେତୁ ସେମାନଙ୍କୁ ଏହି ପଦକ୍ଷେପ ନେବାକୁ ପଡୁଛି ।

ଏଜେଡଏନ ଲିମିଟେଡ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ସେ ୟୁରପରେ Vaxzevria ଭ୍ୟାକ୍ସିନର ମାର୍କେଟିଙ୍ଗ ଅଥରାଇଜେସନକୁ ପୁଃନଶ୍ଚ ଫେରାଇ ନେବା ପାଇଁ ପଦକ୍ଷେପ ନେଇଛି । କମ୍ପାନୀ ଦେଇଥିବା ବୟାନ ଅନୁଯାୟୀ, କରୋନା ମହାମାରୀ ପରେ ଅନେକ କୋଭିଡ-୧୯ ଭ୍ୟାକ୍ସିନ ତିଆରି କରାଯାଇଛି । ଏଥିସହ ମାର୍କେଟରେ ଅପଡେଟେଟ ଟୀକା ମଧ୍ୟ ଉପଲବ୍ଧ । ଏଷ୍ଟ୍ରାଜେନେକା ଏହା ମଧ୍ୟ କହିଛନ୍ତି ଯେ, ଏହା ପରେ ବଜାରରେ ବ୍ୟାକ୍ସଜେବରିୟା ଭ୍ୟାକ୍ସିନର ଚାହିଦା ହ୍ରାସ ପାଇଲା । ଏହି କାରଣ ପାଇଁ ତାକୁ ବର୍ତ୍ତମାନ ମ୍ୟାନୁଫ୍ୟାକଚର କରାଯାଇପାରୁନି କି ସପ୍ଲାଏ ମଧ୍ୟ କରାଯାଇପାରୁନି ।

କୋଭିଡ-୧୯ ଟିକା ତିଆରି କରୁଥିବା କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ସେତେବେଳେ ନିଆଗଲା ଯେତେବେଳେ କିଛିଦିନ ତଳେ ଆଷ୍ଟ୍ରାଜେନେକା ପ୍ରଥମଥର ପାଇଁ କୋର୍ଟ ଦଲିଲରେ ପ୬ଥମ ଥର ପାଇଁ ସ୍ୱୀକାର କରିଥିଲା ଯେ, ଅକ୍ସଫୋର୍ଡ ୟୁନିର୍ଭସିଟି ସହଭାଗିତାରେ ବିକଶିତ ହୋଇଥିବା ଏହି ଟିକା ବିରଳ ଏବଂ ଗମ୍ଭୀବ୍ରକ୍ତ ଜମାଟର ବିପଦ ସୃଷ୍ଟି କରିପାରେ । ଟୀକାରେ ତ୍ରୁଟିପୂର୍ଣ୍ଣ ରହିବା ଖବର ରହିବା ମଧ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଭ୍ୟାକ୍ସିନର ଫାଇଦା ଅଧିକ ଏବଂ କ୍ଷତି ବହୁତ କମ ରହିଛି । ଏଥିରେ କୋଭିଡଶିଲ୍ଡ ଭ୍ୟାକ୍ସିନକୁ ନେଇ ଚିନ୍ତା କରିବା ଆବଶ୍ୟକ ନୁହେଁ । ଭ୍ୟାକ୍ସିନ ସୁରକ୍ଷିତ ଅଟେ ଏବଂ ଯେଉଁ ସାଇଡ ଇଫେକ୍ଟ ହେବାର ଥିଲା ତାହା ଭ୍ୟାକ୍ସିନ ପରେ ହିଁ ଘଟିଥାଆନ୍ତା ।

 

Get real time updates directly on you device, subscribe now.