fbpx
BSKY
BJD MC SKY
BJD YOUTH SKY

ପାପୁଲି-ପାଦରୁ ଝାଳ ବାହାରୁଥିବା ଲୋକଙ୍କୁ ହୋଇଥାଏ ଏହି ରୋଗ; ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

ଓଡ଼ିଶା ଭାସ୍କର: ଆପଣ ଦେଖିଥିବେ କିଛି ଲୋକଙ୍କ ହାତରୁ ସବୁବେଳେ ଝାଳ ବାହାରିଥାଏ । ଯେପରି ଲାଗୁଥିବ ସେମାନେ ସବୁବେଳେ ତାଙ୍କ ହାତକୁ ପାଣିରେ ଧୋଇଲା ପରି । ଆଉ ସେହି ଲୋକମାନେ ବାରମ୍ବାର ତାଙ୍କ ହାତକୁ ପୋଛୁଥିବେ । ତେବେ ଯଦି ଏପରି କାହାର ହେଉଥାଏ, ଏହାକୁ ସାଧାରଣ ଭାବି ଏଡାଇ ଦିଅନ୍ତୁ ନାହିଁ । କାରଣ ଏହା ଏକ ଗମ୍ଭୀର ରୋଗ । ଏହାକୁ ହାଇପରହାଇଡ୍ରୋସିସ କୁହାଯାଏ । ଶରୀରରେ କିଛି ଭିଟାମିନର ଅଭାବ ଥିଲେ ଏହି ରୋଗ ଦେଖାଯାଏ । ଜାଣନ୍ତୁ ଏହି ରୋଗର କାରଣ ଏବଂ ଲକ୍ଷଣ ।

ହାତରେ ସବୁଠାରୁ ଅଧିକ ଝାଳ ଏଥି ପାଇଁ ଦେଖା ଦେଇଥାଏ କାରଣ ହାତରେ ଭିଟାମିନ ଡି ଏବଂ ବି ୧୨ ଅଭାବ ଥାଏ । ଏହି ଭିଟାମିନ ଅଭାବ ହେବା କାରଣରୁ ହାତରେ ଝାଳ ଗ୍ରନ୍ଥି ଗୁଡିକ ଖୋଲି ଯାଇଥାଏ ଏହା ଫଳରେ ଅଧିକ ଝାଳ ବାହାରିଥାଏ । ଏହି ଦୁଇଟି ଭିଟାମିନ ଶରୀରରେ ନ୍ୟୁରୋ ଫକ୍ସନକୁ ପ୍ରଭାବିତ କରିଥାଏ । ଏହା ଛଡା ହାତରେ ଝାଳ ଦେଖା ଯିବାର ଅନେକ କାରଣ ଅଛି । ସେଗୁଡିକ ହେଉଛି ଡାଇବେଟିସ, ଥାଇରଏଡ, ଇନଫେକ୍ସନ । ଏହି ରୋଗ ହେଲେ କେବଳ ହାତରେ ଝାଳ ଆସିଥାଏ ତାହା ନୁହେଁ ଏହା ଦ୍ୱାରା ହାତ ପାଦ, ମୁହଁରୁ ମଧ୍ୟ ଅଧିକ ଝାଳ ବାହାରିଥାଏ ।

ଆସନ୍ତୁ ଜାଣିବା ହାତରେ ଆସୁଥିବା ଝାଳକୁ କିପରି ରୋକିବା । ପ୍ରଥମେ ଆପଣ ଡାକ୍ତରଙ୍କ ପାଖକୁ ଯାଇ ଏହାର ଚିକିତ୍ସା କରନ୍ତୁ । ଆପଣଙ୍କ ହାତକୁ ନିୟମିତ ଭାବରେ ଧୁଅନ୍ତୁ, ଟିସୁର ଗୋଟିଏ ପ୍ୟାକେଟ ସବୁବେଳେ ନିଜ ପାଖରେ ରଖନ୍ତୁ, ଆପଣ ଆପଣଙ୍କ ବ୍ୟାଗରେ ଟିକେ ଟ୍ୟାଲକମ ପାଉଡର ରଖନ୍ତୁ, ହାତରେ ଗ୍ଲେବସ ପିନ୍ଧନ୍ତୁ ନାହିଁ, ଅଧିକ ଚିନ୍ତା କରନ୍ତୁ ନାହିଁ ଏବଂ ନିଜକୁ ହାଇଡ୍ରେଟ ରଖନ୍ତୁ । ଏହା ଛଡା ଆପଣ ଅଧିକ ଫଳ ଖାଆନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆପଣ ଏହାର ସପ୍ଲିମେଣ୍ଟ ମଧ୍ୟ ନେଇ ପାରିବେ ।

Get real time updates directly on you device, subscribe now.