fbpx

କମଳନାଥ କଂଗ୍ରେସର ପରବର୍ତ୍ତୀ ସଭାପତି! ସମାପ୍ତ ହେବ କି ଗାନ୍ଧୀ ପରିବାରର ଲିଗାସୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ଜାତୀୟ କଂଗ୍ରେସ ଘୋର ସଙ୍କଟ ଦେଇ ଗତି କରୁଛି । ବିଭିନ୍ନ ରାଜ୍ୟରେ ଦିନକୁ ଦିନ କଂଗ୍ରେସ ଦଳ ନିଜର ସତ୍ତା ହରାଇବାକୁ ବସିଲାଣି । ଅନ୍ୟପଟେ ଦଳର ଯୁବରାଜ ରାହୁଲ ଗାନ୍ଧୀ କଂଗ୍ରେସର ମଙ୍ଗ ଧରିବାକୁ ନାରାଜ । ଗତ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଏଆଇସିସି ସଭାପତି ଦାୟିତ୍ୱରେ ଥିବା ସମୟରେ ଦଳ ଲଜ୍ଜାଜନକ ପ୍ରଦର୍ଶନ କରିବା ଫଳରେ ତାଙ୍କର ନେତୃତ୍ୱକୁ ନେଇ ବିଭିନ୍ନ ଦିଗରୁ ଉଠିଥିଲା ପ୍ରଶ୍ନ । ତେବେ ଆସନ୍ତା ବର୍ଷ ବିଭିନ୍ନ ରାଜ୍ୟ ବିଧାନସଭା ଓ ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହି ପରିପ୍ରେକ୍ଷୀରେ ଦଳର ମୁଖିଆ ଚୟନ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

ବର୍ତ୍ତମାନ ଜାତୀୟ କଂଗ୍ରେସ ଅନ୍ତରୀଣ ସଭାପତି ପଦ ସୋନିଆ ଗାନ୍ଧୀ ସମ୍ଭାଳୁଛନ୍ତି । ତେବେ ବର୍ତ୍ତମାନ କଂଗ୍ରେସ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ସଭାପତି ଆସନରେ ବସିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜଣେ ଦକ୍ଷ ରାଜନୀତିଜ୍ଞ ତଥା ଗାନ୍ଧୀ ପରିବାରର ଅତ୍ୟନ୍ତ ବିଶ୍ୱସ୍ତ ଭାବରେ ପରିଚିତ କମଳନାଥଙ୍କୁ ସୋନିଆ ୧୦ ଜନପଥସ୍ଥିତ ନିଜ ବାସଭବନକୁ ଡକାଇ ଏ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି । ତେବେ ଆସନ୍ତା ବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନ ସହ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ଦଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୋନିଆ ଅନେକ କିଛି ପରିବର୍ତ୍ତନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପୂର୍ବରୁ କଂଗ୍ରେସର ସଭାପତି ରହିଥିବା ସୋନିଆ ୨୦୧୭ ମସିହାରେ ଏହି ପଦରୁ ଓହରି ଯାଇଥିଲେ ମଧ୍ୟ ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ରହିଛନ୍ତି ।

ତେବେ କଂଗ୍ରେସର ସଭାପତି ପଦ ଦାୟିତ୍ୱ କମଲନାଥଙ୍କୁ ଦିଆଯିବା ନେଇ ହେଉଥିବା ଚର୍ଚ୍ଚାକୁ ନେଇ ସେ ମୁହଁ ଖୋଲିଛନ୍ତି । କମଲନାଥ କହିଛନ୍ତି ଯେ, ସୋନିଆଙ୍କ ସହ ସେ ପଞ୍ଜାବ କଂଗ୍ରେସର ବିବାଦ ବିଷୟରେ ଆଲୋଚନା କରିଛନ୍ତି । ସେ ବର୍ତ୍ତମାନ ମଧ୍ୟପ୍ରଦେଶର ରାଜନୀତିରେ ସକ୍ରିୟ ରହିଥିବାରୁ ଜାତୀୟ ରାଜନୀତିକୁ ଲମ୍ଫ ପ୍ରଦାନ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.