fbpx

(Video) ଏହା ଚଳଚ୍ଚିତ୍ର ନୁହେଁ ବାସ୍ତବ; ସ୍ୱାମୀ କନଷ୍ଟେବଳ, ସ୍ତ୍ରୀ ବନିଲେ IPS ଅଫିସର…

ଓଡ଼ିଶା ଭାସ୍କର: ତାମିଲନାଡୁର ଏନ୍ ଅମ୍ବିକା । ମାତ୍ର ୧୪ବର୍ଷ ବୟସରେ ଜଣେ ପୋଲିସ କନଷ୍ଟେବଳଙ୍କ ସହ ତାଙ୍କର ବିବାହ କରିଦିଆଗଲା । ୧୮ବର୍ଷ ଛୁଇଁଲା ବେଳକୁ ସେ ଦୁଇଟି ପିଲାର ମାଆ ମଧ୍ୟ ବନିଯାଇଥିଲେ । କେବେ ଭାବିନଥିଲେ ସେ ଆଇପିଏସ୍ ହେବେ ବୋଲି । କିନ୍ତୁ ସମୟ ସବୁକିଛି ବଦଳାଇ ଦିଏ, ଦିନେ ଅମ୍ବିକା ତାଙ୍କ ସ୍ୱାମୀଙ୍କ ସହ ଗଣତନ୍ତ୍ର ଦିବସରେ ପୋଲିସ ପରେଡ୍ ଦେଖିବାକୁ ଯାଇଥିଲେ । ସେଠାରେ ଦେଖିଲେ, ତାଙ୍କ ସ୍ୱାମୀ ଅନ୍ୟ ବଡ ଅଫିସରଙ୍କୁ ସାଲ୍ୟୁଟ୍ କରୁଥିବାର । ସେହି ମୁହୁର୍ତ୍ତକୁ ଦେଖି ଅମ୍ବିକା ସ୍ଥିର କରିନେଲେ ସେ’ବି ଆଇପିଏସ୍ ଅଫିସର ବନିବେ । ଆଉ ଏହି ସମ୍ମାନର ଅଧିକାର ହେବେ ।

ପରେଡରୁ ଫେରିବା ପରେ ଅମ୍ବିକା ଆଇପିଏସ୍ ହେବା କଥା ତାଙ୍କ ସ୍ୱାମୀଙ୍କୁ କହିଥିଲେ । ତାଙ୍କ ସ୍ୱାମୀ କହିଲେ ଆଇପିଏସ୍ ହେବା ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ ଏବଂ ଏକାଗ୍ରତା ନିହାତି ଆବଶ୍ୟକ । ସ୍ୱାମୀଙ୍କଠୁ ୟୁପିଏସସିର ସମସ୍ତ ତଥ୍ୟ ନେବା ପରେ ଆଇପିଏସ୍ ହେବା ପାଇଁ ନିସ୍ପତ୍ତି ନେଲେ ଅମ୍ବିକା । ଆଉ ଅଧାରେ ଛାଡିଥିବା ପାଠକୁ ପୁଣିଥରେ ଆରମ୍ଭ କରିଦେଲେ । ସର୍ବପ୍ରଥମେ ସେ ଦଶମ ପରୀକ୍ଷା ପସ୍ କଲେ ପରେ ଦ୍ୱାଦଶ ଏବଂ ଡିଷ୍ଟାନ୍ସରେ ଯୁକ୍ତ ୩ରେ ଉତିର୍ଣ୍ଣ ହୋଇଥିଲେ । ଯୁକ୍ତ ୩ ପାସ୍ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଏନ ଅମ୍ବିକା ତାଙ୍କ ପରିବାରଙ୍କ ସହ ଏକ ଛୋଟିଆ ଘରେ ରହୁଥିଲେ । ପରିବାର ସମ୍ବାଳିବା ସହ ପାଠ ପଢିବା ସମ୍ଭବ ହେଉନଥିଲା । ଯହାକୁ ନେଇ ତାଙ୍କ ସ୍ୱାମୀ ଅମ୍ବିକାଙ୍କୁ ପାଠ ପଢିବା ପାଇଁ ଚେନ୍ନାଇ ପଠାଇଦେଲେ । ଆଉ ନିଜେ ଚାକିରି କରିବା ସହ ପିଲାଙ୍କ ଦେଖାଶୁଣା ମଧ୍ୟ କଲେ ।

ସ୍ୱାମୀଙ୍କ ସପୋର୍ଟ ପାଇ ଚେନ୍ନାଇରେ ରହି ଅମ୍ବିକା ୟୁପିଏସସି ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଚାଲିଲେ । କିନ୍ତୁ ତାଙ୍କୁ ଲଗାତାର ୩ଥର ପରୀକ୍ଷାରେ ବିଫଳ ହେବାକୁ ପଡିଥିଲା । ୟୁପିଏସସିରେ ୩ଥର ବିଫଳ ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ଫେରିଆସିବା ପାଇଁ କହିଥିଲେ କିନ୍ତୁ ଅମ୍ବିକା ସ୍ୱାମୀଙ୍କୁ ଶେଷ ସୁଯୋଗ ମାଗିଥିଲେ । ଶେଷ ସୁଯୋଗ ନେଇ କଠିନ ପରିଶ୍ରମ କରିବାରେ ଲାଗିପଡିଲେ ଅମ୍ବିକା । ଶେଷରେ ୨୦୦୮ରେ ୟୁପିଏସସି ପରୀକ୍ଷାରେ ଉତିର୍ଣ୍ଣ ହୋଇଥିଲେ । ଏହାସହିତ ତାଙ୍କ ଆଇପିଏସ୍ ହେବାର ସ୍ୱପ୍ନ ପୂରା ହୋଇଥିଲା । ତେବେ ଦର୍ଶକ ବନ୍ଦୁ ଏଭଳି ଇଚ୍ଚା ଶକ୍ତି ଥିଲେ ଆପଣ ବି ସଫଳ ହୋଇପାରିବେ । ଯଦି ଆପଣଙ୍କର କିଛି କରିବାର ଇଚ୍ଛା ଅଛି, ତେବେ ଦୁନିଆର ସବୁଠୁ ବଡ ସମସ୍ୟା ମଧ୍ୟ ଆପଣଙ୍କୁ ଅଟକାଇ ପାରିବନାହିଁ ।

Get real time updates directly on you device, subscribe now.