fbpx
BSKY
BJD MC SKY
BJD YOUTH SKY

ଜଙ୍ଗଲରୁ କମିବାରେ ଲାଗିଛି କେନ୍ଦୁପତ୍ର , ବଢୁଛି କେନ୍ଦୁପତ୍ର ତୋଳାଳିଙ୍କ ଆର୍ଥିକ ସଂକଟ

ଭୁବନେଶ୍ୱର: ଝାରସୁଗୁଡା ଜିଲ୍ଲା କେନ୍ଦୁପତ୍ର ଉତ୍ପାଦନର ମୁଖ୍ୟ ପେଣ୍ଠସ୍ଥଳୀ ଥିବାବେଳେ ଏବେ କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ଯଦି ଆଗାମୀ ଦିନରେ ଏପରି ସ୍ଥିତି ଲାଗି ରହିବ ତେବେ ଝାରସୁଗୁଡା କେନ୍ଦୁଲିଫ୍ ଡିଭିଜନ ବନ୍ଦ ହୋଇଯିବାର ଅନୁମାନ କରାଯାଉଛି । ଏନେଇ ବିଭିନ୍ନ ସରକାରୀ ଯୋଜନା ଓ ସେମାନଙ୍କ ପାରିଶ୍ରମିକରୁ ସେମାନେ ବଞ୍ଚିତ ରହିବେ ବୋଲି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦୁପତ୍ର ତୋଳାଳି ।

ଝାରସୁଗୁଡା କେନ୍ଦୁଲିଫ୍ ଡିଭିଜନ ୭ଟି ସ୍ଥାନରୁ କେନ୍ଦୁପତ୍ର ଉତ୍ପାଦନ ହୋଇଥାଏ । ଏହା ଭିତରୁ ଡୁଡୁକା ରେଞ୍ଜରେ ଅଧିକ କେନ୍ଦୁପତ୍ର ଉତ୍ପାଦନ ବେଳେ କନିକା ରେଞ୍ଜରେ ସବୁଠାରୁ କମ୍ ହେଉଛି । ଏହି ବନଖଣ୍ଡ ଅଧୀନରେ ଝାରସୁଗୁଡା, ବେଲପାହାଡ, କଦମଡିହି, ଡୁଡୁକା ଗୋପାଳପୁର ରେଞ୍ଜ ରହିଛି । ୨୦୧୦ ମସିହା ବେଳକୁ ଝାରସୁଗୁଡା ବନଖଣ୍ଡ ଅଧୀନରେ ଫଡି ସଂଖ୍ୟା ୩୫୦ରୁ ଅଧିକ ରହିଥିଲା । କେନ୍ଦୁପତ୍ର ଉତ୍ପାଦନ କ୍ରମାଗତ ହ୍ରାସ ପାଇବାରରୁ ଫଡି ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ୨୦୨୦ ମସିହାରେ ଏହି ବନଖଣ୍ଡରେ ୩୩୦ଟି ଫଡି ଥିଲା । କିନ୍ତୁ ଏହା ଗତବର୍ଷ କମିଯାଇ ୩୦୭ଟି ରହିଛି । କିନ୍ତୁ ଚଳିତ ବର୍ଷ ୩୦୩ଟି ଫଡି ଚାଲୁଛି । ଝାରସୁଗୁଡା ଜିଲ୍ଲାର ଅନେକ ପରିବାର କେନ୍ଦୁପତ୍ର ତୋଳି ନିଜର ପରିବାରର ପ୍ରତି ପୋଷଣ କରୁଥିଲେ । କିନ୍ତୁ ଗତ କିଛିଦିନ ଭିତରେ ଜିଲ୍ଲାରେ ଅନେକ ଶିଳ୍ପ ବଢୁଥିବା ବେଳେ ଖଣି ଖୋଳାଯିବା କାରଣରୁ ଜଙ୍ଗଲ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଦ୍ୱାରା କେନ୍ଦୁପତ୍ର ଉତ୍ପାଦନ ହ୍ରାସ ପାଇବା ସହ ଯେଉଁମାନେ ତୋଳାଳି ଥିଲେ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ।

Get real time updates directly on you device, subscribe now.