fbpx
BSKY
BJD MC SKY
BJD YOUTH SKY

ସଲମାନ ଖାନଙ୍କ ଘର ବାହାରେ ବିସ୍ଫୋରଣ ମାମଲା: ଗିରଫ ହେଲେ ୫ମ ଅଭିଯୁକ୍ତ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଫାଏରିଙ୍ଗ ମାମଲାରେ ୫ମ ଅଭିଯୁକ୍ତଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମହମ୍ମଦ ରଫିଦ ଚୌଧୂରୀଙ୍କୁ ପଞ୍ଜାବରେ ଗିରଫ କରିଛନ୍ତି । ମିଳିଥିବା ସୂଚନା ମୁତାବକ ଚୌଧୂରୀ ଦୁଇ ସୁଟର ସାଗର ପାଲ ଏବଂ ବିକ୍କି ଗୁପ୍ତାଙ୍କୁ ଟଙ୍କା ଦେଇଥିଲେ ଏବଂ ସଲମାନ ଖାନଙ୍କ ଘର ଦେଖାଇବାରେ ସାହାଯ୍ୟ କରିଥିଲେ ।

କ୍ରାଇମବ୍ରାଞ୍ଚ ଚୌଧୂରୀଙ୍କୁ ଆଜି ମୁମ୍ବାଇ ଅଣାଯାଉଛି । ତାଙ୍କୁ ଆଜି ହିଁ କୋର୍ଟରେ ହାଜର କରାଯିବ ଏବଂ କଷ୍ଟଡି ପାଇଁ ଦାବି କରାଯିବ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ମାମଲାରେ ଏପର୍ଯ୍ୟନ୍ତ ଅନୁଜ ଥାପନ, ସୋନୁ ବିଶ୍ରୋଇ, ସୁଟର ସାଗର ପାଲ ଏବଂ ବିକି ଗୁପ୍ତାଙ୍କୁ ଗିରଫ କରାଯାଇଛି । ଏଥିସହ ଗ୍ୟାଙ୍ଗଷ୍ଟର ଲରେନ୍ସ ବିସ୍ନୋଇ ଏବଂ ତାଙ୍କ ଭାଇ ଅନମୋଲ ବିସ୍ନୋଇଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅନୁଜ ଥାପନ ଗିରଫ ପରେ ପୋଲିସ ହେପାଜତରେ ଆତ୍ମହତ୍ୟା କରିଥିଲେ । ଅନୁଜ ଥାପନଙ୍କ ପରିବାର ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଆବେଦନ କରିଛନ୍ତି ।

Get real time updates directly on you device, subscribe now.