fbpx
BSKY
BJD MC SKY
BJD YOUTH SKY

(Video):Met Galaରେ ଚମକିଲେ ଆଲିଆ ଭଟ୍ଟ, ରେଡ୍ କାର୍ପେଟରେ ବିଶିଷ୍ଟ ଡିଜାଇନର ସବ୍ୟାସାଚୀଙ୍କ ଶାଢ଼ୀ ପିନ୍ଧି ଫଟୋ ପାଇଁ ଦେଲେ ପୋଜ୍‌

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ତାଙ୍କ କ୍ୟୁଟନେସ୍ ପାଇଁ ବେଶ ଲୋକପ୍ରିୟ । Met Gala 2024ର ଇଭେଣ୍ଟରେ ଆଲିଆ ଭଟ୍ଟ ଭାରତୀୟ ପରିଧାନରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ବିଶିଷ୍ଟ ଫ୍ୟାଶନ୍ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଶାଢ଼ୀରେ ରେଡ୍ କାର୍ପେଟରେ ନଜର ଆସିଥିଲେ । ଏହି ଶାଢ଼ୀରେ ଆଲିଆ କୌଣସି ରାଜକୁମାରୀ ବା ପରୀ ଠାରୁ କମ୍ ଲାଗୁନଥିଲେ । ଆଲିଆଙ୍କ ଲୁକ୍‌କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ।

Met Gala 2024ରେ ଆଲିଆ ଭଟ୍ଟ ବିଶିଷ୍ଟ ଡିଜାଇନର ସବ୍ୟସାଚୀଙ୍କ ଫ୍ଲୋରାଲ ଶାଢ଼ୀ ପିନ୍ଧୀ ରେଡ୍ କାର୍ପେଟରେ ନଜର ଆସିଥିଲେ । ଏହି ବିଶେଷ ଶାଢ଼ୀକୁ ପ୍ରସ୍ତୁତ କରିବା ପାଇଁ ୧୬୩ କାରୀଗର ନିୟୋଜିତ ହୋଇଥିଲେ । ପ୍ରାୟ ୧୯୬୫ ଘଣ୍ଟାର ପରିଶ୍ରମ ପରେ ଏହି ସୁନ୍ଦର ଶାଢ଼ୀ ପ୍ରସ୍ତୁତ ହୋଇଥିଲା । ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଶାଢ଼ୀ ପିନ୍ଧିବା ଅନୁଭୂତିକୁ ପ୍ରକାଶ କରିଛନ୍ତି । ଏହି ଇଭେଣ୍ଟର କିଛି ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଶାଢ଼ୀ ପରମ୍ପରା ଏବଂ ନବସୃଜନର ପ୍ରତୀକ । ସବ୍ୟସାଚୀ ଏହାକୁ ବହୁତ ସୁନ୍ଦର ଭାବରେ ପ୍ରସ୍ତତ କରିଛନ୍ତି । ଏହି ସାଢ଼ୀରେ ମୂଲ୍ୟବାନ ପଥର ଏବଂ ଝାଲର ସହ ହାତରେ ଏମ୍ବ୍ରୋଡେରୀ କାର୍ଯ୍ୟ ହୋଇଛି । ଶାଢ଼ୀରେ ପ୍ରୟୋଗ କରାଯାଇଥିବା ଝାଲର ୧୯୨୦ ସମୟରେ ବିଶେଷ ଷ୍ଟାଇଲ ଅଟେ । ଏହା ସହ ଏହି ଶାଢ଼ୀରେ ପୃଥିବୀ, ଆକାଶ ଏବଂ ସମୁଦ୍ରର ରଂଗ ସମାହିତ ଅଛି ଯାହା ଏହି ଶାଢ଼ୀର ସୁନ୍ଦରତାକୁ ଆହୁରୀ ବୃଦ୍ଧି କରୁଛି । ଏହି ଶାଢ଼ୀ ତିଆରି କରିବା ନୂତନ ଅନୁଭବ ସହ ମଜାଦାର ଏବଂ ଷ୍ଟ୍ରେସଫୁଲ୍ ଥିଲା ।’

Get real time updates directly on you device, subscribe now.