fbpx
BSKY
BJD MC SKY
BJD YOUTH SKY

ଅଜବ ଘଟଣା! ଛାତ୍ରଙ୍କୁ ଗଣିତରେ ୨୦୦ରୁ ମିଳିଲା ୨୧୨ ନମ୍ବର, ଅନ୍ୟ ଏକ ବିଷୟରେ ୨୦୦ରୁ ମିଳିଲା ୨୧୧ ନମ୍ବର

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ଅଜବ ମାମଲା । ସାଧାରଣ ଭାବେ କୌଣସି ପରୀକ୍ଷାରେ ଟପ୍ପର ହେଉଥିବା ଛାତ୍ରଛାତ୍ରୀମାନେ ମୋଟ ମାର୍କରୁ ସର୍ବାଧିକ ୯୯ ପ୍ରତିଶତ ପର୍ଯ୍ୟନ୍ତ ମାର୍କ ବା ତା’ଠାରୁ କିଛି ଅଧିକ ମାର୍କ ରଖିଥାନ୍ତି । ମାତ୍ର ଏହା ମଧ୍ୟରେ ଜଣେ ଛାତ୍ରଙ୍କ ସହ ଯାହା ଘଟିଛି ତାହା ଦାୟିତ୍ୱହୀନତାର ସୀମା ଲଙ୍ଘି ସାରିଛି । ଜଣେ ଛାତ୍ର ଗଣିତରେ ୨୦୦ ମାର୍କରୁ ୨୧୨ ନମ୍ବର ପାଇଥିବା ବେଳେ ଅନ୍ୟ ଏକ ବିଷୟରେ ୨୦୦ର ୨୧୧ ନମ୍ବର ପାଇଛନ୍ତି ।

ସୂଚନା ମୁତାବକ, ଗୁଜରାଟର ଏକ ପ୍ରାଇମେରୀ ସ୍କୁଲରେ ଜଣେ ଛାତ୍ରଙ୍କ ସହ ଏପରି କିଛି ଘଟିଛି । ଛାତ୍ରଙ୍କୁ ଗଣିତ ବିଷୟରେ ମୋଟ ୨୦୦ ମାର୍କରୁ ୨୧୨ ମାର୍କ ଓ ଗୁଜରାତୀ ବିଷୟରେ ମୋଟ ୨୦୦ ମାର୍କରୁ ୨୧୧ ମାର୍କ ମିଳିଛି । ଅର୍ଥାତ ଦୁଇଟି ବିଷୟରେ ଛାତ୍ରଙ୍କୁ ୪୦୦ରୁ ଅଧିକ ମାର୍କ ମିଳିଛି । ତେବେ ଛାତ୍ରଙ୍କ ଏହି ମାର୍କ ଶିଟ୍ ଭାଇରାଲ ହେବା ପରେ ସ୍କୁଲ ପକ୍ଷରୁ ମାର୍କ ଶିଟକୁ ସଂଶୋଧନ କରାଯାଇଥିଲା ।

ରାଜ୍ୟର ଦାହୋଦ ଜିଲ୍ଲାର ଜଣେ ଛାତ୍ରଙ୍କ ରେଜଲ୍ଟ ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ରଙ୍କୁ ଦୁଇଟି ବିଷୟରେ ମୋଟ ମାର୍କରୁ ଅଧିକ ନମ୍ବର ଦିଆଯାଇଥିଲା । ସ୍କୁଲର ଏହି ଭୁଲ ପାଇଁ ଶିକ୍ଷା ବ୍ୟବସ୍ଥାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ତେବେ ରେଜଲ୍ଟ ପ୍ରସ୍ତୁତ କରିବା ସମୟରେ ଭୁଲ୍ ହୋଇଥିବା ନେଇ ପରେ ଜଣାପଡ଼ିଥିଲା । ପରେ ଛାତ୍ରଙ୍କୁ ଗଣିତରେ ୨୦୦ରୁ ୧୯୦ ନମ୍ବର ଓ ଗୁଜରାତୀରେ ୨୦୦ରୁ ୧୯୧ ନମ୍ବର ଦିଆଯାଇଥିଲା । ଅନ୍ୟ ବିଷୟର ମାର୍କକୁ ପରିବର୍ତ୍ତନ କରାଯାଇନଥିଲା । ଏପରି ଭାବେ ନୂଆ ରେଜଲ୍ଟରେ ଛାତ୍ରଙ୍କୁ ମୋଟ ୧୦୦୦ ମାର୍କରୁ ୯୩୪ ନମ୍ବର ମିଳିଥିଲା । ଛାତ୍ରଜଣଙ୍କ ତାଙ୍କର ରେଜଲ୍ଟ ତାଙ୍କ ଅଭିଭାବକଙ୍କୁ ଦେଖାଇବା ପରେ ଏହି ତ୍ରୁଟି ସାମ୍ନାକୁ ଆସିଥିଲା । ଭବିଷ୍ୟତରେ ଏଭଳି ତ୍ରୁଟିକୁ ସୁଧାରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।

स्कूल ने गणित विषय में 200 में 212 नंबर दे दिए, मार्कशीट वायरल

Get real time updates directly on you device, subscribe now.