fbpx
BJD
BJD SKY
BJD SKY

ହ୍ରାସ ପାଇଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ ଶସ୍ତା ହେଲା ମୂଲ୍ୟବାନ ଧାତୁ

BJD

ନୂଆଦିଲ୍ଲୀ: ଘରୋଇ ବାୟଦା ବଜାରରେ ମଙ୍ଗଳବାର ଦିନ ସୁନା-ରୂପା ଦର କମିବା ଦେଖାଦେଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ୫ ଜୁନ ୨୦୨୪ର ଡେଲିଭରୀ ସୁନା ମଙ୍ଗଳବାର ସକାଳେ ୦.୦୩ ପ୍ରତିଶତ ବା ୧୯ ଟଙ୍କା କମିଛି । ଏଥିରେ ସୁନା ଦର ୧୦ ଗ୍ରାମ ପିଛା ୭୧ ହଜାର ୩୫୦ ଟଙ୍କା ରହିଛି । ସୁନା ସହ ରୂପା ଦର ଘରୋଇ ବାୟଦା ମୂଲ୍ୟରେ ମଧ୍ୟ ମଙ୍ଗଳବାର ଦିନ ସକାଳେ ହ୍ରାସ ପାଇଛି ।

ଏମସିଏକ୍ସ ଏକ୍ସଚେଞ୍ଜରେ ୫ ଜୁଲାଇ ୨୦୨୪ର ଡେଲିଭରୀ ରୂପାରେ ମଙ୍ଗଳାବର ଦିନ ୦.୧୦ ପ୍ରତିଶତ ବା ୮୪ ଟଙ୍କା ହ୍ରାସ ପାଇଛି । ଯେଉଁଥିରେ ରୂପା ଦର ୧ କିଲୋ ପିଛା ୮୨,୮୭୧ ଟଙ୍କା ସହ ଟ୍ରେଣ୍ଡ କରୁଛି । ବିଶ୍ୱସ୍ତର କଥା କହିବାକୁ ଗଲେ, କମେକ୍ସରେ ସୁନା ଦର ବଢିବା ଦେଖାଦେଇଛି । କମ୍ପେକ୍ସରେ ସୁନା ୦.୦୯ ପ୍ରତିଶତ ବା ୨.୨୦ ଡଲାର ବଢି ପ୍ରତି ଓନ୍ସ ପିଛା ୨ ହଜାର ୩୩୩.୪୦ ଡଲାର ହୋଇଯାଇଛି । ଏଥିସହ ରୂପା ୦.୦୧ ବଢିବା ଦେଖାଦେଇଛି ।

Get real time updates directly on you device, subscribe now.