fbpx
BSKY
BJD MC SKY
BJD YOUTH SKY

ପୁଣି ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା: ମେ’ ୧୫ ତାରିଖ ଯାଏଁ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ମାମଲା ସହ ଜଡିତ ସିବିଆଇର ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତ ୧୫ ମେ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ।

ଦିଲ୍ଲୀ ସ୍ଥିତ ରାଉଜ ଏଭେନ୍ୟୁ କୋର୍ଟ ଆଗାମୀ ଶୁଣାଣି ୧୫ ମେ’ରେ କରିବେ । ସେହିଭଳି ସିସୋଦିଆ ଏହା ବ୍ୟତୀତ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡ୍ରରିଂ ମାମଲାରେ ଇଡିର କେସରେ ନ୍ୟାୟିକ ହେପାଜତ ୮ ମଇ ପର୍ଯ୍ୟନ୍ତ ବଢାଇଥିଲେ ।

ଇଡି ଏବଂ ସିବିଆଇ ଦୁଇ ଯାଞ୍ଚ ଏଜେନ୍ସି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ଭୂମିକାର ଯାଞ୍ଚ କରୁଛନ୍ତି । ସିସୋଦିଆଙ୍କୁ ଗତ ବର୍ଷ ଫେବୃଆରୀରେ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.