fbpx
BSKY
BJD MC SKY
BJD YOUTH SKY

ମାଟ୍ରିକ ପାସ୍ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ଜନ୍ମ ତାରିଖ ପ୍ରତ୍ୟେକ କ୍ଷେତ୍ର ପାଇଁ ପ୍ରଯୁଜ୍ୟ ହେବ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣଙ୍କର ମାଟ୍ରିକ ପାସ୍ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ଜନ୍ମ ତାରିଖ ପ୍ରତ୍ୟେକ କ୍ଷେତ୍ରରେ ଜନ୍ମ ତାରିଖ ଭାବେ ପ୍ରଯୁଜ୍ୟ ହୋଇ ପାରିବ । ଆବେଦନକାରୀଙ୍କ ସର୍ଭିସ ବୁକରେ ସଂଲଗ୍ନ ରହିଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ଏଚଏସସି) ପରୀକ୍ଷାର ପ୍ରମାଣପତ୍ରର ଜନ୍ମ ତାରିଖ ଅନୁସାରେ ତାଙ୍କୁ ଅବସର ଦିଆଯିବା ଉଚିତ । ଜଣେ ବ୍ୟକ୍ତିଙ୍କ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି ।

ସୂଚନା ମୁତାବକ, ଜଣେ ବ୍ୟକ୍ତି ୧୯୬୮ ମସିହା ଫେବୃଆରୀ ୨୭ରେ ସମ୍ବଲପୁର କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପିଅନ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟରେ ଯୋଗ ଦେବା ସମୟରେ ସେ ମାଟ୍ରିକ ପାସ କରିନଥିବା ବେଳେ ତାଙ୍କ ସର୍ଭିସ ବୁକରେ ଜନ୍ମ ତାରିଖ ୧୯୪୮ ମସିହା ଜୁଲାଇ ୧୨ ତାରିଖ ବୋଲି ଉଲ୍ଲେଖ ରହିଥିଲା । ୧୯୭୦ରେ ଆବେଦନକାରୀ ମାଟ୍ରିକ ପାସ୍ କରିଥିଲେ ଓ ୧୯୭୩ରେ ଡାଇରିଷ୍ଟ ବା ଟାଇପିଷ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ତାଙ୍କର ଜନ୍ମ ତାରିଖ ୧୯୫୦ ମସିହା ଜୁଲାଇ ୧୨ ତାରିଖ ବୋଲି ମାଟ୍ରିକ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ବେଳେ ତାହା ସର୍ଭିସ ବୁକରେ ରେକର୍ଡ ହୋଇଥିଲା । ତେବେ ୧୯୪୮ ଜୁଲାଇ ୧୨ ଅନୁସାରେ ୨୦୦୬ ମସିହା ଜୁଲାଇ ୩୧ରେ ତାଙ୍କୁ ଅବସର ଦିଆଯାଇଥିଲା ।

ଏନେଇ ବ୍ୟକ୍ତି ଜଣଙ୍କ ଟ୍ୟୁବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଟ୍ରିବ୍ୟୁନାଳ ଉଚ୍ଛେଦ ପରେ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା । ଯେହେତୁ ଆବେଦନକାରୀଙ୍କୁ ୨୦୦୮ ଜୁଲାଇ ୩୧ ବଦଳରେ ୨୦୦୬ ଜୁଲାଇ ୩୧ରେ ଅବସର ଦିଆଯାଇଛି ତେଣୁ ଉକ୍ତ ସମୟ ମଧ୍ୟରେ ସେ କୌଣସି କାର୍ଯ୍ୟ କରିନଥିବାରୁ ସେ ସେହି ଅବଧି ପାଇଁ ବେତନ ପାଇବାକୁ ହକଦାର ନୁହନ୍ତି । ତାଙ୍କୁ ୩ ମାସ ମଧ୍ୟରେ ସଂଶୋଧିତ ପେନସନ ଓ ଅନ୍ୟ ବକେୟା ରାଶି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.