fbpx
BSKY
BJD MC SKY
BJD YOUTH SKY

Sun Tan ଦୂର କରିଥାଏ ଏଲୋଭେରା ଜେଲ, ଆସନ୍ତୁ ଜାଣିବା ଘରେ କିପରି କରିବେ ପ୍ରସ୍ତୁତ ?

ଓଡ଼ିଶା ଭାସ୍କର: ଏଲୋଭେରା ବା ଘିକୁଆଁରୀ ଏକ ଉତ୍ତମ ସୌନ୍ଦର୍ଯ୍ୟ ପ୍ରସାଧନ ଭାବରେ ବ୍ୟବହାର କରାଯାଏ । ଭିଟାମିନ୍ ଏ, ଭିଟାମିନ୍ ବି ଏବଂ ଭିଟାମିନ ସି ସହ ଏଣ୍ଟି ବ୍ୟାକ୍ଟେରିଆଲ ଏବଂ ଏଣ୍ଟି ଅକ୍ସିଡେଣ୍ଟ ଗୁଣରେ ଭରପୁର ଏଲୋଭେରା । ଏହା ତ୍ୱଚାକୁ ଶୀତଳତା ପ୍ରଦାନ କରିଥାଏ । ସାଧାରଣତଃ ଏଲୋଭେରା ପ୍ରତ୍ୟେକ ବାଡ଼ି ବଗିଚାରେ ସହଜରେ ଉବଲବ୍ଧ ହୋଇଥାଏ । ଆଜିକାଲି ବଜାରରେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ
ପ୍ରସାଧନ ଉପଲବ୍ଧ । ବେଳେ ବେଳେ ଏହା ଆଲର୍ଜୀର କାରଣ ପାଲଟିଥାଏ । ଅଧିକାଂଶ କ୍ଷେତ୍ରରେ ବଜାରରେ ମିଳୁଥିବା ଏଲୋଭେରା ଜେଲ କିଣିବା ପାଇଁ ଲୋକମାନେ ସକ୍ଷମ ନଥାନ୍ତି । ତେବେ ଆସନ୍ତୁ ଜାଣିବା ଘରେ ଏଲୋଭେରା ଜେଲ ପ୍ରସ୍ତୁତ କରିବାର ପ୍ରଣାଳି ବିଷୟରେ ।

୧. ପ୍ରଥମେ ଗୋଟିଏ ବଡ଼ ମୋଟା କିମ୍ବା ୨ଟି ମଧ୍ୟମ ଆକାରର ଏଲୋଭେରା ପତ୍ର ନିଅନ୍ତୁ । ଏହାର ମାଂସ ବାହାର କରି ଜାରରେ ପେଶି ଦିଅନ୍ତୁ ।

୨. ଏହା ପରେ ଏଲୋଭେରା ଜେଲର ଏହି ମିଶ୍ରଣକୁ ଏକ ପାତ୍ରରେ ରଖନ୍ତୁ । ସେଥିରେ ଗୋଟିଏ ଚାମଚ ଲେମ୍ବୁ ରସ ସହ କିଛି ଗୋଲାପ ଜଳ ଦେଇ ଭଲ ଭାବରେ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

୩. ଏହି ମିଶ୍ରଣକୁ କାଚର ଏକ ଏୟାର ଟାଇଟ୍ କଣ୍ଟେନରରେ ଭର୍ତ୍ତି କରି ଫ୍ରିଜରେ ରଖନ୍ତୁ ।

ଏଲୋଭେରା ଜେଲ ବ୍ୟବହାର କରିବାର ଫାଇଦା

ଘରେ ପ୍ରସ୍ତୁତ ହୋଇଥିବା ସତେଜ୍ ଏଲୋଭେରା ଜେଲ କେବଳ ତ୍ୱଚା ନୁହେଁ ବରଂ କେଶ ପାଇଁ ମଧ୍ୟ ଉତ୍ତମ ଅଟେ ।

୧. ସନ୍ ଟ୍ୟାନ୍‌: ଏଲୋଭେରାର ପ୍ରକୃତି ଶୀତଳ ଅଟେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କିମ୍ବା ଗାଧୋଇବା ପରେ ତ୍ୱଚାରେ ଏଲୋଭେରା ଜେଲ ଲଗାଇବା ଦ୍ୱାରା ସନ୍ ଟ୍ୟାନ୍ ସମସ୍ୟା ଦୂରେଇଥାଏ ।

୨. ବ୍ରଣ ଦୂର କରିଥାଏ: ଅଧିକାଂଶ ସମୟରେ ଶରୀରରେ ଜଳର ଅଭାବ, ତେଲିଆ ତ୍ୱଚା, ଷ୍ଟ୍ରେସ୍ ଇତ୍ୟାଦି କାରଣରୁ ବ୍ରଣ ସମସ୍ୟା ଦେଖାଦେଇଥାଏ । ବେଳେ ବେଳେ ଏହି ବ୍ରଣ ଦାଗ ସହଜରେ ଛାଡ଼ି ନଥାଏ । ବ୍ରଣରେ ତାଜା ଏଲୋଭେରା ଜେଲ ଲଗାଇବା ଲାଭଦାୟକ ଅଟେ । ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲ ଫେସ୍ ୱାଶରେ ଧୋଇ ଦିଅନ୍ତୁ । ଏହା ପରେ ଟିକିଏ ଏଲୋଭେରା ଜେଲ ନେଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । ଏହା ଦ୍ୱାରା ତ୍ୱଚାରେ ଜମା ଥିବା ପ୍ରଦୂଷଣ ଦୂରେଇ ଥାଏ । ଏହା ସହ ତ୍ୱଚାର କୁଞ୍ଚନ ଦୂରେଇଯିବା ସହ ତ୍ୱଚା ଗ୍ଲୋଇଂ ଏବଂ ହେଲ୍‌ଦୀ ରହିଥାଏ ।

Get real time updates directly on you device, subscribe now.