fbpx

ମେଘାଳୟ ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ବୋମାମାଡ଼

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଥିଲା । ମେ ୧୩ରୁ ଓଡ଼ିଶାରେ ୪ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି । ବିଭିନ୍ନ ଦଳରୁ ଟିକେଟ ପାଇବା ପରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ।

ତେବେ ଏହା ମଧ୍ୟରେ ମେଘାଳୟରୁ ଆସିଛି ଏକ ଖବର ଖବର । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସ୍ନିୟାବଭାଲଙ୍ଗ ଧାରଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି । ଏନେଇ ଉପମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏଫଆଇଆରଇ ଦାୟର କରାଯାଇଛି । ଏଥିସହିତ ପରସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କର ବାସଭବନ ପରିସରରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହି ଘଟଣାରେ ଯାଞ୍ଚ ଜାରି ରହିଥିବା ମେଘାଳୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କିଛି ଅଜ୍ଞାତ ବ୍ୟକ୍ତି ପେଟ୍ରୋଲ ବୋମା ଫିଙ୍ଗିଥିବା କୁହାଯାଉଛି । ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା କୁହାଯାଉଛି ।

Get real time updates directly on you device, subscribe now.