fbpx

ଭାରତର ଆସ୍ଥା ସହ ଖେଳୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସମ୍ଭାଲରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । “କଂଗ୍ରେସ ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛି । ବିଭାଜନ ଷଡ଼ଯନ୍ତ୍ର ଚଳାଇଛି । ଏହି ଷଡ଼ଯନ୍ତ୍ରକୁ ଦେଶ ଗ୍ରହଣ କରିବ କି? କେବେ ହେବ ନାହିଁ ।

କଂଗ୍ରେସ ନିଜ ଇସ୍ତାହାରରେ କହିଛି ଯେ ସଂଖ୍ୟାଲଘୁମାନେ ଯାହା ଚାହିଁବେ ଖାଇବାକୁ ଦେବେ । ଆପଣ ଗୋହତ୍ୟାକୁ ଅନୁମତି ଦେବେ କି ? ଦେଖନ୍ତୁ ଏହି ଲୋକମାନେ ଭାରତର ବିଶ୍ୱାସ ସହ କେମିତି ଖେଳୁଛନ୍ତି ।

ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବା ବେଳେ ଏହି ଲୋକମାନେ କହୁଥିଲେ ଯେ ଭଗବାନ ରାମଙ୍କ ଅସ୍ତିତ୍ୱ ନାହିଁ। କିନ୍ତୁ ଆଜି ଯେତେବେଳେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ହୋଇଛି, ସେତେବେଳେ ଉଭୟ ଭାଇଭଉଣୀ ରାମ ଲାଲଙ୍କୁ ଦେଖିବାକୁ ଚାହୁଁଛନ୍ତି । ସେମାନେ କହୁଛନ୍ତି ଭଗବାନ ରାମ ସମସ୍ତଙ୍କର ।”

 

Get real time updates directly on you device, subscribe now.