fbpx

ପାକିସ୍ତାନରୁ ଅଟାରୀ ବର୍ଡର ଦେଇ ଭାରତ ଫେରିବେ ୩୦୦ ଭାରତୀୟ

ଦେଶରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳ ‘ବନ୍ଦେ ଭାରତ ମିଶନ’ ଅଧିନରେ ବିଭିନ୍ନ ଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା କାମ ଜାରି ରହିଛି । ଏହାରି ମଧ୍ୟରେ ପାକିସ୍ତାନରେ ଫସିଥିବା ୩୦୦ ଭାରତୀୟଙ୍କୁ ଭାରତ ଫେରାଇଆଣିବାର ରାସ୍ତା ସଫା ହୋଇଛି । ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତର ହାଇ କମିଶନ କାମ ଆରମ୍ଭ କରିସାରିଛନ୍ତି । ଭାରତୀୟଙ୍କୁ ଅଟାରୀ ବର୍ଡର ଦେଇ ଭାରତକୁ ଫେରାଇ ଆଣିବାକୁ ପ୍ରୟାସ ଚାଲିଛି । କୁହାଯାଉଛି ଯେ ୩୦୦ ଭାରତୀୟଙ୍କ ମଧ୍ୟରେ ଅଧିକାଂଶ କାଶ୍ମୀର ଛାତ୍ର ଅଛନ୍ତି । ପାକିସ୍ତାନରୁ ଆସିଥିବା ଭାରତୀୟଙ୍କ ମଧ୍ୟରେ କାଶ୍ମୀର ଛାତ୍ରଙ୍କ ସମେତ ଗୁଜୁରାଟ, ପଞ୍ଜାବ ଓ ମହାରାଷ୍ଟ୍ରର ବହୁ ଲୋକ ଉପସ୍ଥିତ ଅଛନ୍ତି ।

Get real time updates directly on you device, subscribe now.