fbpx

ମହାରାଷ୍ଟ୍ରରେ ଜଣେ ସାଧୁଙ୍କୁ ଅତି ନିର୍ମମ ଭାବେ ହତ୍ୟା

ମହାରାଷ୍ଟ୍ରର ଲଗାତାର ସାଧୁମାନଙ୍କ ଉପରେ ଆକ୍ରମଣ ହେବାରେ ଲାଗିଛି । ନିକଟରେ ପାଲଘରରେ ୨ ସାଧୁଙ୍କ ହତ୍ୟା ମାମଲା ଶାନ୍ତ ହୋଇନଥିବା ବେଳେ ମହାରାଷ୍ଟ୍ରର ନାନ୍ଦୋଡରେ ଆଉ ଏକ ହତ୍ୟା ମାମଲା ସାମନାକୁ ଆସିଛି । ସାଧୁଙ୍କୁ ଅତି ନିର୍ମମ ଭାବେ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ଗତକାଲି ବିଳମ୍ବିତ ରାତିରେ ଦୃର୍ବୁତ୍ତମାନେ ନାନ୍ଦୋଡର ନାଗଠାନା ଆଶ୍ରମରେ ବ୍ରହ୍ମଚାରୀ ଶିବଚାର୍ଯ୍ୟ ସାଧୁଙ୍କୁ ହତ୍ୟା କରିଥିଲେ । ଆଜି ଆଶ୍ରମରୁ ସାଧୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିବଚାର୍ଯ୍ୟଙ୍କ ଶବ ନିକଟରେ ପ୍ରଭୁ ସିନ୍ଦେ ନାମକ ଜଣେ ବ୍ୟକ୍ତିଙ୍କ ମୃତ ଦେହ ମିଳିଛି । ଘରର ବାଥରୁମରୁ ଦୁହିଁଙ୍କ ମୃତଦେହ ଉଦ୍ଧାର ହୋଇଛି ।

ହତ୍ୟାକାରୀମାନେ ସାଧୁଙ୍କୁ ମାରିବା ପରେ ସେମାନଙ୍କ ଗାଡି ନେଇ ପଳାଇଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପରେ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଥିଲେ । ହତ୍ୟା ପଛରେ ଲୁଟ୍ କାରଣ ରହିଛି ବୋଲି ସନ୍ଦେହ କରାଯାଉଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.