fbpx

ରାଜ୍ୟରେ ୩ ହଜାର ‘ମୋ ସେବା’ କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ରାଜ୍ୟରେ ୩ ହଜାରରୁ ଉଦ୍ଧ୍ୱର୍ ‘ମୋ ସେବା’ କେନ୍ଦ୍ର ଓ ‘ଓଡିଶା ୱାନ୍’ ପୋର୍ଟାଲ ଲୋକର୍ପିତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଏହି ସେବା କେନ୍ଦ୍ରର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଘର ପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଆଗୁକ ସବୁ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଖୋଲାଯିବ । ଏହା ଦ୍ୱାରା ୮ ହଜାର ଯୁବକ ଯୁବତୀ ଆତ୍ମନିଯୁକ୍ତି ପାଇବେ ।’ ସେବା ଓ ସମ୍ମାନ ତାଙ୍କ ସରକାରର ମୂଳମନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗଣତନ୍ତ୍ରରେ ଲୋକ ମାଲିକ, ସେମାନଙ୍କୁ ସଶକ୍ତ ଓ ସମ୍ମାନ ଦେବା ଆମ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୫ଟି ଉପକ୍ରମ ଅନୁଯାୟୀ ‘ମୋ ସେବା’ କେନ୍ଦ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Get real time updates directly on you device, subscribe now.