fbpx

ବ୍ୟାଙ୍କିଂ ସେକ୍ଟରରେ ନିଯୁକ୍ତି: ପୂରଣ ହେବ ୩୦୦୦ ପଦ, ଜୁନ ୧୭ ଆବେଦନର ଅନ୍ତିମ ତାରିଖ

Advertisement

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୩ ହଜାର ପଦ ପୂରଣ ହେବ । ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଗତ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବା ନେଇ ପ୍ରଥମେ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ପକ୍ଷରୁ ଦୁଇଟି କରିଜେଣ୍ଡମ୍ ଜାରି କରାଯାଇଥିଲା । ପ୍ରଥମେ ଆବେଦନ ଅବଧି ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ପରବର୍ତ୍ତୀ ସମୟରେ ଆପ୍ଲିକେସନ ୱିଣ୍ଡୋ ପୁନଃ ଖୋଲାଯିବା ସହିତ ଜୁନ ୬ରୁ ୧୭ ପର୍ଯ୍ୟନ୍ତ ଆବେଦନ କରାଯାଇଥିଲା ।

ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଜୁନ୍ ୧୭ ତାରିଖ ସୁଦ୍ଧା ଆବେଦନ କରିପାରିବେ । ସ୍ନାତକ ପାସ୍ କରିଥିବା ପ୍ରାର୍ଥୀମାନଙ୍କୁ ଆପ୍ରେଣ୍ଟିସ୍ ଭାବେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ୧୯୯୬ ମସିହା ଏପ୍ରିଲ ମାସ ୧ ତାରିଖରୁ ୨୦୦୪ ମସିହା ମାର୍ଚ୍ଚ ମାସ ୩୧ ତାରିଖ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଅନଲାଇନ୍ ଲିଖିତ ପରୀକ୍ଷା (ଅବଜେକ୍ଟିଭ୍ ଟାଇପ) ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏଥିସହିତ ପ୍ରାର୍ଥୀଙ୍କର ସ୍ଥାନୀୟ ଭାଷାରେ ଦକ୍ଷତା ରହିଥିବା ଆବଶ୍ୟକ । ରୁରାଲ / ସେମି- ଅର୍ବାନ ବ୍ରାଞ୍ଚରେ ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ଆକାରରେ ଦିଆଯିବ । ସେହିପରି ଅର୍ବାନ ଶାଖାରେ ଓ ମେଟ୍ରୋ ଶାଖାରେ ମଧ୍ୟ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://nats.education.gov.in/student_type.php

ନୋଟିଫିକେସନ ଲିଙ୍କ: https://www.centralbankofindia.co.in/sites/default/files/Notification-Engagement-of-Apprentices-2024-25-%20(1).pdf

Get real time updates directly on you device, subscribe now.