fbpx

ପିଏମ ଶ୍ରମଯୋଗୀ ମାନଧନ ଯୋଜନା: ଏଥିରେ ୪୪ ଲକ୍ଷ ଶ୍ରମିକଙ୍କୁ ମାସିକ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ନୂଆଦିଲ୍ଲୀ,୩ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସଙ୍ଗଠିତ କ୍ଷେତ୍ର ପାଇଁ ୩ଟି ପେନସନ ଯୋଜନା ଆରମ୍ଭ କରିଛନ୍ତି । ଏହି ପେନସନଗୁଡିକ କୃଷକ, ବ୍ୟବସାୟୀ ଓ ଶ୍ରମିକମାନଙ୍କ ପାଇଁ ଆରମ୍ଭ କରାଯାଇଛି । ଏଥିରେ ଶ୍ରମିଯୋଗୀ ମାନଧନ ଯୋଜନାରେ ସବୁଠାରୁ ଅଧିକ ରେଜିଷ୍ଟ୍ରେସନ ହେଉଛି । ଏହି କ୍ରମରେ ଅଗଷ୍ଟ ୩ ସୁଦ୍ଧା ୪୪,୨୭,୨୬୪ ଲୋକ ଯୋଡି ହୋଇଛନ୍ତି । ସମସ୍ତଙ୍କୁ ୬୦ ବର୍ଷ ହେବା ପରେ ମାସିକ ୩୦୦୦ ଟଙ୍କା ପେନସନ ମିଳିବ । ଯଦି ହିତାଧିକାରୀର ପେନସନ୍ ପାଉଥିବା ବେଳେ ମୃତ୍ୟୁ ହୁଏ, ତେବେ ୫୦% ଧନରାଶି ତାଙ୍କ ପତ୍ନୀଙ୍କୁ ଦିଆଯିବ ।

୨୦୧୯ ମାର୍ଚ୍ଚ ୫ରେ ଗୁଜୁରାଟର ଗାନ୍ଧୀନଗରରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ଏଥିରେୁ ରେଜିଷ୍ଟ୍ରେସନ ଫେବୃଆରୀ ୧୫ରୁ ଆରମ୍ଭ ହୋଇଥିଲା । ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବା ଇପିଏଫ୍, ଏନପିସି ବା ଇଏସଆଇସିର ସଦସ୍ୟମାନେ ଏହାର ଲାଭ ଉଠାଇପାରିବେ ନାହିଁ । ମାସକୁ ୧୫,୦୦୦ରୁ କମ୍ ରୋଜଗାର କରୁଥିବା ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରିବେ । ନାମାଙ୍କନର ଟପରେ ରହିଛି ହରିଆଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଓ ଛତିଶଗଡ ।

ତେବେ ଘରେ କାମ କରୁଥିବା ଶ୍ରମିକ, ଡ୍ରାଇଭର, ପ୍ଲମ୍ବର, ମୋଚୀ, ଟେଲର, ରିକ୍ସା ଡ୍ରାଇଭର, ଧୋବୀ, କୃଷକ ଓ ଶ୍ରମିକମାନେ ଏହାର ଲାଭ ଉଠାଇପାରିବେ । ବୟସ ହିସାବରେ ପ୍ରିମିୟମ ୫୫ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିବ ।

ରେଜିଷ୍ଟ୍ରେସନ ପାଇଁ ଆଧାର କାର୍ଡ, ଆଇଏଫଏସସି ନମ୍ବର ସହ ସେଭିଙ୍ଗ ବା ଜନଧନ ଆକାଉଣ୍ଟ ଓ ମୋବାଇଲ ନମ୍ବର ଦରକାର । ଏହା ସହ ରେଜିଷ୍ଟ୍ରେସନ ପାଇଁ ବୟସ ୧୮ରୁ ୪୦ ବର୍ଷ ହେବା ଦରକାର । ନିକଟସ୍ଥ ସାଧାରଣ ସର୍ଭିସ ସେଣ୍ଟରରେ ଆପଣ ପଞ୍ଜୀକୃତ କରିପାରିବେ ।

Get real time updates directly on you device, subscribe now.