fbpx

୩୩ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ପରେ କଲେଜ୍ ସିଲ୍

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ୩୩ ଶିକ୍ଷାର୍ଥୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଯୁକ୍ତ ଦୁଇ ଆବାସିକ କଲେଜ୍ ସିଲ୍ କରିଦିଆଯାଇଛି । ଢ଼େଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜ୍ ସିଲ୍ କରାଯାଇଛି । ତେବେ ଆବାସିକ କଲେଜ୍ ସହିତ ହଷ୍ଟେଲ୍ ବିଲ୍ଡିଂ କୁ ମଧ୍ୟ ସିଲ୍ କରିଛି ପୌର ପ୍ରଶାସନ । ତାଗିଦ୍ ସତ୍ତେ୍ୱ ପିଲାମାନେ ହଷ୍ଟେଲ୍ ଛାଡ଼ିଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । କଲେଜ୍ କର୍ତ୍ତୃପକ୍ଷଙ୍କୁ ପୌର ପ୍ରଶାସନର କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । କଲେଜ୍ ହଷ୍ଟେଲ ଛାଡ଼ିଥିବା ପିଲାଙ୍କୁ ଆଇସୋଲେସନ୍ ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଲି କୁଞ୍ଜକାନ୍ତ ଅଞ୍ଚଳ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ହୋଇଥିଲା ।

Get real time updates directly on you device, subscribe now.