fbpx

ଦଳ ହୋଇ ଆସିଲେ ମା’ ଝିଅଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରି ଚାଲିଗଲେ; ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ଦେଶରେ ଅପରାଧ ବଢ଼ୁଛି ହେଲେ କମିବାର ନାଁ ଧରୁନି । ଏହି କ୍ରମରେ ଜଣେ ୩୮ ବର୍ଷୀୟ ମହିଳା ଓ ତାଙ୍କୁ ଝିଅଙ୍କୁ ଆକ୍ରମଣ କରାଯାଇଛି । ୪ରୁ ୫ ଜଣ ଦଳ ବାନ୍ଧି ହଠାତ୍ ଆସିଲେ ଓ ମା-ଝିଅଙ୍କୁ ବାଡ଼ିରେ ନିର୍ଦ୍ଦୟ ଭାବରେ ମାଡ଼ ମାରିଚାଲିଗଲେ । ତେବେ ଏହି ଦଳରେ ପୁରୁଷଙ୍କ ବ୍ୟତୀତ ଦୁଇଜଣ ମହିଳା ମଧ୍ୟ ସାମିଲ ରହିଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ସାଇଳିମାର୍ ବାଗ ଅଞ୍ଚଳରେ । ପୋଲିସ୍ ଏନେଇ ସୂଚନା ଦେଇଛି ।

ଏହି ଘଟଣା ନଭେମ୍ବର ୧୯ ତାରିଖରେ ଘଟିଛି । ଦଳ ବାନ୍ଧି ହଠାତ୍ ଆସି ମା-ଝିଅଙ୍କୁ ଆଖି ବୁଜା ମାଡ଼ ମାରୁଥିବା ବେଳର ଦୃଶ୍ୟ ସିସିଟିଭି ଫୁଟେଜ ରେ କଏଦ୍ ହୋଇଛି । ତେବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଥିରେ ଦେଖିବାକୁ ମିଳିଛି ଯେ, ପାର୍କିଂରେ ଗାଡ଼ି ରଖିବା ବାହାରକୁ ବାହାରିବା ବେଳେ ସେମାନଙ୍କ ଉପରେ ହଠାତ୍ କିଛି ଜଣ ଆସି ଆକ୍ରମଣ କରୁଛନ୍ତି । ମହିଳା ତଳେ ପଡ଼ିଯିବା ପରେ ତାଙ୍କୁ ଲାତ, ଗୋଇଠା ମାରିବା ସହିତ ବାଡ଼ିରେ ନିର୍ଦ୍ଦୟ ଭାବରେ ମାରୁଛନ୍ତି ।

ତେବେ ଏହି ଘଟଣା ପରେ ଉଭୟ ମା ଓ ଝିଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ମହିଳା ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଭିଡିଓ ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଛି । ତେବେ ଇତି ମଧ୍ୟରେ ଯେଉଁ ଦୁଇଜଣ ମହିଳା ଆସି ପ୍ରଥମେ ଆକ୍ରମଣ କରିଥିଲେ ସେମାନଙ୍କୁ ଗିରଫ କରିଛି ପୋଲିସ୍ ।

Get real time updates directly on you device, subscribe now.