fbpx

AIIMS ପକ୍ଷରୁ ବାହାରିଲା ୩୪୫ଟି ପଦବୀ: ଶୀଘ୍ର ଅନଲାଇନରେ କରନ୍ତୁ ଆବେଦନ

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂଗଠନ (ଏମ୍ସ) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଲ’ ଅଫିସର, ଡାଏଟିସିଆନ, ଆସିଷ୍ଟାଣ୍ଟ ଷ୍ଟୋର ଅଫିସର, ଅଡିଓଲୋଜିଷ୍ଟ, ବାଇ ମେଡିକାଲ ଇଞ୍ଜିନିୟର, ଲେଗାଲ ଆସିଷ୍ଟାଣ୍ଟ, ମାଟର୍ଣ୍ଣିଟି ଓ ଶିଶୁ କଲ୍ୟାଣ, ମେଡିକାଲ ରେକର୍ଡ ଅଫିସର, ମେଡିକୋ ସୋସିଆଲ ୱାର୍କର, ମଲ୍ଟି ରିହାବିଲିଟେସନ ୱାର୍କର (ଫିଜିଓଥେରାପିଷ୍ଟ) ଆଦି ବିଭିନ୍ନ ପଦରେ ନିଯୁକ୍ତି ମିଳିବ ।

ଫେବୃଆରୀ ମାସ ୧୦ ତାରିଖଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୭ ତାରିଖରେ ସମାପ୍ତ ହେବ । ରେଗୁଲାର ବେସିସର ଜେନେରାଲ / ଓବିସି ଗ୍ରୁପ-ଏ ଓ ବି ପ୍ରାର୍ଥୀଙ୍କ ପାଇଁ ଆପ୍ଲିକେସନ ଫିସ୍ ୩ ହଜାର ଏବଂ ଗ୍ରୁପ-ସି ପାଇଁ ୨ ହଜାର ରହିଛି । ଗ୍ରୁପ-ଏ, ବି ଓ ସି’ର ଏସସି / ଏସଟି / ଓପିଚ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧ ହଜାର ରହିଛି । ସେହିପରି ଡେପୁଟେସନ ବେସିସ ପ୍ରାର୍ଥୀଙ୍କୁ ଆପ୍ଲିକେସନ ଫିସ ବାବଦରେ ୫୦୦ ଟଙ୍କା ପଇସ କରିବାକୁ ପଡ଼ିବ ।

ଅନଲାଇନ୍ ଆବେଦନ ଲିଙ୍କ: https://aiimsr22.onlineregistrationform.org/AIIMSMR/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-AIIMS-Rishikesh-Various-Vacancy-1.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://aiimsrishikesh.edu.in/

Get real time updates directly on you device, subscribe now.