fbpx

କିଏ ଭଲ ଗଞ୍ଜେଇ ଟାଣି ପାରିବ: ଦରମା ମିଳିବ ୧ କୋଟି, ଅଫିସ ବାହାରେ ଲାଗିଲା ହଜାର ହଜାର ଭକ୍ତଙ୍କ ଲାଇନ୍

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ନିଜ ମନ ପସନ୍ଦର ଚାକିରିଟିଏ ପାଇବା ନିହାତି କଷ୍ଟକର ବ୍ୟାପାର । ତେବେ ଆକ୍ଟିଂ, କ୍ରୀଡ଼ା, ପର୍ଯ୍ୟଟନ, ଫାଇନାନ୍ସ, ବିମାନ, ପ୍ରତିରକ୍ଷା ସେକ୍ଟର ସହିତ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବହୁ ପ୍ରକାରର ଚାକିରି ଉପଲବ୍ଧ ରହିଥାଏ । ତେବେ ଗଞ୍ଜେଇ ଟାଣିବା ଚାକିରି ବିଷୟରେ ଆପଣମାନେ କେବେ ଶୁଣିଛନ୍ତି କି? ନିକଟରେ ଏଭଳି ଏକ ଚାକିରି ସୁଯୋଗ ଆସିଛି ।

ସୂଚନା ମୁତାବକ, ଗୋଟିଏ ବିଦେଶୀ କମ୍ପାନୀରେ ଗଞ୍ଜେଇ ଟାଣୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବଢ଼ିଆ ଜବ୍ ଅଫର ରହିଛି । ଏହି ଚାକିରିରେ ଆପଣଙ୍କୁ ଅଳ୍ପ ସମୟ ବ୍ୟବଧାନରେ ଦିନ ସାରା ଗଞ୍ଜେଇ ଟାଣିବାକୁ ପଡ଼ିବ । ଏହା ବଦଳରେ ଆପଣଙ୍କୁ ୧ କୋଟିରୁ ଅଧିକ ସାଲାରି ମିଳିବ । ତେବେ ଏହି ଚାକିରି ବିଜ୍ଞପ୍ତି ଦେଖିବା ପରେ ଏବେ କମ୍ପାନୀ ବାହାରେ ଆଶାୟୀଙ୍କର ଲମ୍ବା ଲାଇନ୍ ଲାଗିଛି ।

ସାଧାରଣ ଭାବେ ଧୂମ୍ରପାନ କରିବା ଦ୍ୱାରା କ୍ୟାନ୍ସରର ଆଶଙ୍କା ରହିଥାଏ । ତେଣୁ ଏହାକୁ ସେବନ କରିବା ଅପରାଧ ବୋଲି ବିବେଚନା କରାଯାଇଥାଏ । ମାତ୍ର ଜର୍ମାନୀର ‘କାନାବିଜ୍ ସୋମେଲିଅର’ ନାମକ ଏକ କମ୍ପାନୀ ଏପରି ଏକ ଜବ୍ ଅଫର କରିଛି । ଏହି ଚାକିରିର ବିଜ୍ଞାପନ ଏବେ ଭାଇରାଲ ହେବାରେ ଲାଗିଛି । କମ୍ପାନୀ ଜଣେ ପ୍ରଫେସନାଲ ଚେନ ସ୍ମୋକରଙ୍କୁ ହାୟର ନେଇ ସନ୍ଧାନ କରୁଛି ।

ତେବେ କମ୍ପାନୀର ସିଇଓଙ୍କ ଅନୁଯାୟୀ, କର୍ମଚାରୀମାନେ ଅଷ୍ଟ୍ରେଲିଆ, କାନାଡ଼ା, ପର୍ତ୍ତୁଗାଲ, ମେସିଡୋନିଆ ଓ ଡେନମାର୍କ ପରି ବିଭିନ୍ନ ଦେଶକୁ ଯାଇ ଗଞ୍ଜେଇର କ୍ୱାଲିଟି ଚେକ୍ କରିଥାନ୍ତି । ତେଣୁ ପ୍ରଡକ୍ଟକୁ ଶୁଙ୍ଘି, ଅନୁଭବ କରି ଓ ସ୍ମୋକ କରି କ୍ୱାଲିଟି ଯାଞ୍ଚ କରିବାକୁ ପାଇଁ ଜଣେ ଚେନ ସ୍ମୋକରକୁ ନିଯୁକ୍ତି ଦେବାକୁ କମ୍ପାନୀ ଆଗ୍ରହ ପ୍ରକାଶ କରିଛି । ଜବ୍ ଇଣ୍ଟରଭ୍ୟୁରେ ପାସ୍ କରିବା ପରେ ପ୍ରାର୍ଥୀଙ୍କୁ ନିଶା ଦ୍ରବ୍ୟର ମାନ ପରୀକ୍ଷା କରିବାକୁ ପଡ଼ିବ । ଏହି ଚାକିରି କରିବାକୁ ହେଲେ ଉକ୍ତ ପ୍ରାର୍ଥୀଙ୍କ ନିକଟରେ ଗଞ୍ଜେଇ ସେବନ କରିବାର ଲାଇସେନ୍ସ ଥିବା ଦରକାର । ତେବେ ଏହି ଅଜବ ଚାକିରି ବିଷୟରେ ଜାଣିବା ପରେ ଏଚଆର ବିଭାଗ ନିକଟରେ ହଜାର ହଜାର ଅନଲାଇନ୍ ଆପ୍ଲିକେସନ ପହଞ୍ଚି ଯାଇଛି ।

Get real time updates directly on you device, subscribe now.