fbpx

କାନପୁରରେ ବୁଲଡୋଜର ଚଢି ମା’ ଝିଅ ଜୀବନ୍ତ ଦଗ୍ଧ ମାମଲା ; ଯୋଗୀ ସରକାର ଏସଆଇଟି ଗଠନ କରି ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ

Advertisement

ନୂଆଦିଲ୍ଲୀ : କାନପୁର ଦେହତ ମାଧୁଲି ଗାଁରେ ମା- ଝଜିଅକୁ ଜୀବନ୍ତ ଦଗ୍ଧ ହୋଇଥିବା ମାମଲାରେ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରିଛନ୍ତି। ଏଥିସହିତ ସରକାର ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କାନପୁର ଦେହାତର ମାଡାଉଲି ଗ୍ରାମରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଦୁଇ ଜଣିଆ ଏସଆଇଟି ଗଠନ କରାଯାଇଛି। କାନପୁର ବିଭାଗୀୟ କମିଶନର ରାଜଶେଖର ଏବଂ ଏଡିଜି କାନପୁର ଜୋନ୍ ଆଲୋକ ସିଂଙ୍କୁ ଏସଆଇଟିରେ ରଖାଯାଇଛି। ଏକ ସପ୍ତାହ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ଦାଖଲ କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, କାନପୁର ଦେହାତର ମୌଥା ତହସିଲର ମେଡୋଲି ଗ୍ରାମରେ କୃଷ୍ଣ ଗୋପାଳ ଦୀକ୍ଷିତଙ୍କ ଜବର ଦଖଲ କରିଥିବା ନେଇ ଅଭିଯୋଗ ହୋଇଥିଲା । ସୋମବାର ଦିନ ପୋଲିସ ତଥା ରାଜସ୍ୱ କର୍ମଚାରୀଙ୍କ ସହ ଜବରଦଖଲ ଉଚ୍ଛେଦ ହଟାଇବା ପାଇଁ ଗାଁରେ ପହଞ୍ଚିଥିଲେ। କୌଣସି କାରଣରୁ ବସ୍ତିର ଛପରରେ ନିଆଁକୁ ଲାଗିଯାଇଥିଲା । ଫଳରେ ଥିବା ପ୍ରମିଲା (୪୪) ଏବଂ ତାଙ୍କ ଝିଅ ନେହା (୧୮) ଘଟଣାସ୍ଥଳରେ ଜଳିଯାଇ ମୃତ୍ୟୁ ଘଟିଥିବା ବେଳେ କୃଷ୍ଣ ଗୋପାଳ ଗୁରୁତର ଭାବରେ ଜଳି ଯାଇଥିଲେ।
ଏହି ମାମଲାରେ ଏସଡିଏମ୍‌, ଲେଖପାଳ ଥାନା ଏସଆଇ ଙ୍କ ସମେତ ୩୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲା ପୋଲିସ ଜେସିବି ଡ୍ରାଇଭର ଦୀପକ, ଲେଖପାଲ ଏବଂ ଏସଆଇ ଅଶୋକ ସିଂଙ୍କୁ ଗିରଫ କରାଯାଇଛି ଏବଂ ତତ୍କାଳୀନ ମୌଥା ଏସଡିଏମଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି ।

Get real time updates directly on you device, subscribe now.