fbpx

କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ୩୫ କରୋନା ସନ୍ଦିଗ୍ଧ

ଅଲିଗଡ,୨ ।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଠିନ ଚେଷ୍ଟା ଚାଲିଛି । ଏହାରି ମଧ୍ୟରେ ୟୁପିର ହାଥାରସ ଜିଲ୍ଲାରୁ ଏକ ଖବର ଆସିଛି ଯେ, ପ୍ରାୟ ୩୫ଟି କରୋନା ସନ୍ଦିଗ୍ଧ ବ୍ୟକ୍ତି କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଛନ୍ତି ।

ସୂଚନା ମୁତାବକ, ହାଥରସ ଜିଲ୍ଲାର ସାଦାବାଦ ଥାନା କ୍ଷେତ୍ରରେ ଥିବା ବିସାୱାରର ପ୍ରାଥମିକ ବିଦ୍ୟାଳୟରେ ଅନ୍ୟ ରାଜ୍ୟରୁ ଆସିଥିବା ୩୫ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । କିନ୍ତୁ ପ୍ରଶାସନର ଅବହେଳା ହେତୁ ସମସ୍ତ ଲୋକ ରାତିରେ ଚକମା ଦେଇ ଫେରାର ହୋଇଥିଲେ । ତେବେ ଫେରାର୍ ହୋଇଥିବା କରୋନା ସନ୍ଦିଗ୍ଧଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.