fbpx
BSKY
BJD SHG SKY
BJD YOUTH SKY

ପିକନିକରୁ ଫେରୁଥିବା ବେଳେ ୨ ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ନୂଆବର୍ଷ ବେଳେ ସମସ୍ତେ ଖୁସି ମନାଉଥିବା ବେଳେ ଦୁଇ ଆଦିବାସୀ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହିଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଭିଜିଆନଗରମ୍ ଠାରେ । ଜଣେ ୩୫ ବର୍ଷିୟ ବ୍ୟକ୍ତି ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ପୋଲିସ୍ ଉକ୍ତ ବ୍ୟକ୍ତିଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ।

ସୂଚନା ଅନୁସାରେ, ଶନିବାର ଦିନ ଏହି ଦୁଇ ଜଣ ଯୁବତୀ ସାଙ୍ଗ ମାନଙ୍କ ସହିତ ପିକନିକ୍ ରୁ ଫେରୁଥିଲେ । ସେମାନେ ନିଜ ହଷ୍ଟେଲ୍ କୁ ଫେରୁଥିଲେ । ଏହି ସମୟରେ ଅଭିଯୁକ୍ତ ରାମବାବୁ ପୋଲିସ୍ ଅଫିସର୍ ବୋଲି ନିଜକୁ ପରିଚୟ ଦେଇ ଧମକ ଦେଇଥିଲା । ଖାଲି ସେତିକି ନୁହେଁ ସେମାନଙ୍କ ଭିଡିଓ ଭାଇରାଲ୍ କରିଦେବ ବୋଲି ଧମକ ମଧ୍ୟ ଦେଇଥିଲା ଓ ଭୟ ଦେଖାଇ ଦୁଷ୍କର୍ମ କରିଥିଲା ।

ସ୍ଥାନୀୟ ଲୋକ ଓ ଦୁଇ ପୀଡ଼ିତା ଯୁବତୀଙ୍କ ଅଭିଯୋଗ ଅନୁସାରେ, ପୋଲିସ୍ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ପୋଲିସ୍ ଦୁଇ ପୀଡ଼ିତାଙ୍କୁ ହସ୍ପିଟାଲକୁ ପଠାଇଛି । ଅଭିଯୁକ୍ତ ବିରୋଧରେ ୧୩ଟି ମାମଲା ରୁଜୁ କରିଛି ପୋଲିସ୍ ।

Get real time updates directly on you device, subscribe now.