fbpx

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ହଳଦୀ, ଲାଭ ବଦଳରେ ହୋଇଯିବ କ୍ଷତି

ହଳଦୀ ସେବନ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ସମସ୍ତଙ୍କ ପାଇଁ ହଳଦୀ ଲାଭଦାୟକ ସାବ୍ୟସ୍ତ ହୋଇନଥାଏ । ଆମ ଭିତରୁ ଅନେକ ଲୋକଙ୍କୁ ହଳଦୀ କ୍ଷତି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଲୋକଙ୍କ ହଳଦୀ ଖାଇବା ଅନୁଚିତ୍…

– ଷ୍ଟୋନରେ ପୀଡିତ ରୋଗୀମାନେ ହଳଦୀ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ତେବେ ଯେଉଁଲୋକଙ୍କୁ ବାରମ୍ବାର ଷ୍ଟୋନର ସମସ୍ୟା ହୋଇଥାଏ, ସେମାନଙ୍କୁ ହଳଦୀ ସେବନ କରିବା ଦ୍ୱାରା ଏହି ସମସ୍ୟା ଆହୁରି ବଢ଼ିଯାଏ । ଏଥିପାଇଁ ଯେତେ ସମ୍ଭବ ହଳଦୀ ଖାଇବା ଠାରୁ ଦୂରେଇ ରହିବ ଉଚିତ୍ ଓ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

– ସେହିପରି ଡାଇବେଟିସରେ ପୀଡିତ ଲୋକମାନେ ଅଳ୍ପ ପରିମାଣରେ ହଳଦୀ ସେବନ କରିବା ଉଚିତ୍ । କାରଣ ଡାଇବେଟିସ୍ ରୋଗୀଙ୍କୁ ବ୍ଲଡ ସୁଗାର କଣ୍ଟ୍ରୋଲ କରିବା ଓ ରକ୍ତକୁ ପତଳା କରିବାକୁ ଔଷଧ ଦିଆଯାଏ । ଏପରି ଅବସ୍ଥାରେ ଅଧିକ ହଲଦୀ ସେବନ କରିବା ଦ୍ୱାରା ଶରୀରରେ ରକ୍ତର ପରିମାଣ କମ୍ ହୋଇଯାଏ, ଫଳରେ ଏହା ଶରୀରକୁ କ୍ଷତି ପହଞ୍ଚାଏ ।

– ଯେଉଁମାନଙ୍କ ଜଣ୍ଡିସ୍ ସମସ୍ୟା ରହିଛି, ସେମାନେ ହଳଦୀ ଖାଇବା ଉଚିତ୍ ନୁହେଁ । ଏହି ରୋଗରୁ ସୁସ୍ଥ ହେବା ପରେ ବି ଆପଣ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହଳଦୀ ଖାଇବା ବିଷୟରେ କୌଣସି ନିଷ୍ପତ୍ତି ନେବା ଉଚିତ୍ ।

Get real time updates directly on you device, subscribe now.