fbpx
BSKY
BJD SHG SKY
BJD YOUTH SKY

ଇଂଲଣ୍ଡ ଦଳରୁ ଖେଳିବେ ଭାରତର ଏହି ଷ୍ଟାର କ୍ରିକେଟର: ଆଇପିଏଲ ମଝିରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ବର୍ତ୍ତମାନ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ତେବେ ଆଗକୁ ଟି-୨୦ ବିଶ୍ୱକପ ରହିଥିବା ବେଳେ ଟିମ ଇଣ୍ଡିଆର ଜଣେ ଷ୍ଟାର କ୍ରିକେଟର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ ଜାରି ରହିଥିବା ବେଳେ ଇଂଲଣ୍ଡ ଦଳରୁ ଖେଳିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ଟିମ ଇଣ୍ଡିଆର ଷ୍ଟାର ବୋଲର ସିଦ୍ଧାର୍ଥ କୌଲ ବର୍ତ୍ତମାନ ଇଂଲଣ୍ଡ ଯାଇ ସେଠାରେ କାଉଣ୍ଟି ମ୍ୟାଚ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଆଇପିଏଲରୁ ସେ ବାଦ୍ ପଡ଼ିଥିବା ବେଳେ କାଉଣ୍ଟି କ୍ରିକେଟ ଖେଳିବା ପାଇଁ ଇଚ୍ଛା କରିଛନ୍ତି ସିଦ୍ଧାର୍ଥ ।

ଚଳିତବର୍ଷ ଆଇପିଏଲରେ ଅନସୋଲ୍ଡ ରହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ସିଦ୍ଧାର୍ଥ କୌଲ । ତେଣୁ ଏହାଭିତରେ ସେ କାଉଣ୍ଟି କ୍ରିକେଟ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଇଂଲଣ୍ଡର କାଉଣ୍ଟି ନର୍ଥମ୍ପଟନଶର ସିଦ୍ଧାର୍ଥଙ୍କ ସହ ଚୁକ୍ତି କରିଛି । ତେବେ ଏହି ଚୁକ୍ତି ବେଶୀ ଦିନ ପାଇଁ ନ ହୋଇଥିଲେ ମଧ୍ୟ ୩ଟି ମ୍ୟାଚ ଖେଳିବେ ସିଦ୍ଧାର୍ଥ । ନର୍ଥମ୍ପଟନଶର ସହ ଚୁକ୍ତି କରି ସେ ବେଶ୍ ଖୁସି ଥିବା ସିଦ୍ଧାର୍ଥ କହିଛନ୍ତି । ଏହାସହିତ ନିଜ ଅନୁଭବରେ ସେ ଟିମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଆଶା ରଖିଛନ୍ତି ।

ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ତାଙ୍କର ଦମଦାର ରେକର୍ଡ ରହିଛି । ସିଦ୍ଧାର୍ଥ ୮୩ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୮୪ ୱିକେଟ୍ ନେଇଛନ୍ତି। ତେବେ ଭାରତ ପାଇଁ ତିନିଟି ଦିନିକିଆ ମ୍ୟାଚରେ ସେ ଗୋଟିଏ ୱିକେଟ୍ ନେଇନାହାଁନ୍ତି। ସେ ଟି -୨୦ ରେ ଭାରତ ପାଇଁ ଚାରିଟି ୱିକେଟ୍ ନେଇଛନ୍ତି। ଚଳିତ ରଣଜୀ ଟ୍ରଫି ସିଜନରେ ପଞ୍ଜାବ ପାଇଁ ଖେଳୁଥିବା ବେଳେ ସିଦ୍ଧାର୍ଥ ୧୫ଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.