fbpx
BSKY
BJD SHG SKY
BJD YOUTH SKY

(Video) ରସଗୋଲା ପାଇଁ ଭାଙ୍ଗିଲା ବାହାଘର; ବେଦୀରୁ ଉଠିଗଲା ମଙ୍ଗୁଳା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ଓଡ଼ିଶା ଭାସ୍କର: ବାହାଘର ଭାଙ୍ଗିଦେଲା ରସଗୋଲା। ସରିଗଲା ମିଠା, ଫେରିଗଲା ବର। ବରଯାତ୍ରୀ ମିଠା ଖାଇବାକୁ ନପାଇବାରୁ ବର ନିଜେ ଆସି କନ୍ୟାଘର ଲୋକଙ୍କ ସହ ହଙ୍ଗାମା କରିଥିଲେ। ଏସବୁ ଦେଖି ରାଗିଯାଇଥିଲେ କନ୍ୟା , ବାହା ହେବେନି ବୋଲି ମନାକରି ବେଦୀରୁ ଉଠି ଯାଇଥିଲେ। ଏଥର ମଟନ୍ ନୁହେଁ ରସଗୋଲା ପାଇଁ ଭାଙ୍ଗିଲା ବାହାଘର। ଅଧା ବାହା ହୋଇ ବେଦୀରୁ ଉଠିଗଲା ବର, ଯେତେ ବୁଝାଇଲେ ବି କିଛି ଶୁଣିଲେନି। ସତ ଜାଣିବା ପରେ ରାଗିଗଲେ କନିଆଁ, ସିଧା ସିଧା ବାହା ହେବାକୁ ମନା କଲେ। ବାହାଘର ଭାଙ୍ଗିଦେଲା ରସଗୋଲା। ସରିଗଲା ମିଠା ଫେରିଗଲା ବର।

ଏକଥା ଶୁଣି ଆପଣମାନେ ଭାବୁଥିବେ କି ସାମାନ୍ୟ ରସଗୋଲା ପାଇଁ ବାହାଘର କେମିିତ ଭାଙ୍ଗିବ। କିନ୍ତୁ ପ୍ରକୃତ ଘଟଣା ଜାଣିବା ପରେ ମୁଣ୍ଡରେ ହାତ ଦେବେ। ଆଉ ମନେ ମନେ କହିବେ ଏମିତି ବାହାଘର ତ ବହୁତ ଆଗରୁ ଭାଙ୍ଗିଯିବାର ଥିଲା । ସାମନ୍ୟ ମିଠା ପାଇଁ ବନ୍ଧୁ ଏଠି ବନ୍ଧୁକୁ ଭୁଲି ଯାଉଛି , ବରଯାତ୍ରୀ ମିଠା ଖାଇବାକୁ ନପାଇବାରୁ ଏତେ ପାଲା। ଖାଲି ସେତିିକି ନୁହେଁ ବରଯାତ୍ରୀ ମିଠା ଖାଇବାକୁ ନପାଇ ବର ନିଜେ ଆସି କନ୍ୟଘର ଲୋକଙ୍କ ସହ ହଙ୍ଗାମ। କରିଥିଲେ। ଯାହାକୁ ଦେଖି ରାଗିଯାଇଥିଲେ କନ୍ୟା , ବାହା ହେବେନି ସିଧା ବାହା ବେଦୀରୁ ଉଠି ଯାଇଥିଲେ। ଯିଏ ଯେତେ ବୁଜେଇଲେ ମଧ୍ୟ ବାହା ,ହେବାକୁ ରାଜି ହୋଇ ନଥିଲେ କନ୍ୟା। ଫଳରେ ଶିଶୁପାଳ ହୋଇ ଫେରିବାକୁ ପଡିଛି।

Get real time updates directly on you device, subscribe now.