fbpx

କରୋନା ନେଲା ୩୫୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୭ା୧୨: ୨୪ ଘଣ୍ଟା ମଧ୍ୟରେ କରୋନା ୩୫୫ ଜଣଙ୍କ ଜୀବନ ନେଇଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୪୫୧ରେ ପହଞ୍ଚିଛି । ଦିନକରେ ୨୪ ହଜାର ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୫୬ ହଜାର ୫୫୭କୁ ବୃଦ୍ଧି ପାଇଛି ।

ମୋଟ ଆକ୍ଟିଭ କେସ ୩ ଲକ୍ଷ ୨୨ ହଜାର ୩୬୬ ଥିବାବେଳେ ସୁସ୍ଥ ସଂଖ୍ୟା ୯୪ ଲକ୍ଷ ୮୯ ହଜାର ୭୪୦ ରହିଥିବା ଜଣାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ୫୪ ହଜାର ୨୬୬କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ସଂଖ୍ୟା ୭  କୋଟି ୪୫ ଲକ୍ଷ ୧୨ ହଜାର ୩୭୬ ରହିଛି । ସୁସ୍ଥ ହୋଇଛନ୍ତି ୫ କୋଟି  ୨୩ ଲକ୍ଷ ୩୯ ହଜାର ୪୪୨ ଜଣ ।

Get real time updates directly on you device, subscribe now.