fbpx

ପୁଣି ଶିଶୁ ନିଖୋଜ: ୭ ବର୍ଷର ଶିଶୁପୁତ୍ରର ପତ୍ତା ମିଳୁନି

ଗଜପତି, ୧୭ା୧୨ (ଓଡିଶା ଭାସ୍କର): ନୟାଗଡ଼ ପରେ ଏବେ ଗଜପତିରୁ ଜଣେ ଶିଶୁପୁତ୍ର ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ପରେ ପୋଲିସ ଘଟଣାର ତନାଘନା ଜାରି ରଖିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କାଶୀନଗର ଗ୍ରାମର ଝାମି ଗୋପିଙ୍କ ୭ ବର୍ଷର ପୁତ୍ର ହାର୍ଦ୍ଦିକ ନିଖୋଜ ହୋଇଛନ୍ତି । ସେ ଘରଠାରୁ ୫୦ ମିଟରରେ ଦୂରରେ ସନ୍ଧ୍ୟାରେ ଖେଳୁଥିଲେ । ଦୁଇଜଣ ଅଚିହ୍ନା ଯୁବକ ବାଇକରେ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ଏନେଇ କାଶୀନଗର ଥାନାରେ ଏତଲା ଦିଆଯିବା ପରେ ତଦନ୍ତ ଜାରି ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.