fbpx

ମେ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ RBIର ଛୁଟି ତାଲିକା

ନୂଆଦିଲ୍ଲୀ: ଆସନ୍ତା ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ ପ୍ରଥମେ ଆରବିଆଇର ଛୁଟି ତାଲିକା ବିଷୟରେ ଜାଣି ନିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିବାରିବେ । ଏହା ସହ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । ମେ ମାସରେ ବିଶେଷ କରି ଶ୍ରମିକ ଦିବସ, ମହାରାଷ୍ଟ୍ର ଦିବସ, ଲୋକସଭା ନିର୍ବାଚନ, ଅକ୍ଷୟ ତୃତୀୟା, ବୁଦ୍ଧ ପୁର୍ଣ୍ଣିମା ସହ ଶନିବାର ଏବଂ ରବିବାର ଛୁଟି ସାମିଲ ରହିଛି । ଦେଖିବାକୁ ଗଲେ ମେ ମାସରେ ମୋଟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଆସନ୍ତୁ ଜାଣିବା ମେ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ।

ମେ ୧ରେ ଶ୍ରମିକ ଦିବସ, ମହାରାଷ୍ଟ୍ର ଦିବସ, ମେ ୫ ରବିବାର, ମେ ୭ରେ ଅହମଦାବାଦ, ଭୋପାଲ, ପାନାଜୀ ଏବଂ ରାୟପୁରରେ ନିର୍ବାଚନ କାରଣରୁ ବ୍ୟାଙ୍କ ବନ୍ଦ ରହିବ । ମେ ୮ରେ ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀ କାରଣରୁ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ, ମେ ୧୦ରେ ବସବ ଜୟନ୍ତୀ ଏବଂ ଅକ୍ଷୟ ତୃତୀୟା ଯୋଗୁଁ ବେଙ୍ଗାଲୁରୁରେ ବ୍ୟାଙ୍କ ବନ୍ଦ ରହିବ, ମେ ୧୧ ଦ୍ୱିତୀୟ ଶନିବାର, ମେ ୧୨ ରବିବାର, ମେ ୧୩ରେ ଶ୍ରୀନଗରେ ନିର୍ବାଚନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ମେ ୧୬ରେ ଗ୍ୟାଙ୍ଗଟକରେ ଷ୍ଟେଟ୍ ଡେ ପାଳନ ପାଇଁ ବ୍ୟାଙ୍କ ବନ୍ଦ ରହିବ, ମେ ୧୯ ରବିବାର, ମେ ୨୦ ଲୋକସଭା ନିର୍ବାଚନ ପାଇଁ ମୁମ୍ବାଇ ଏବଂ ବେଲାପୁରରେ ବ୍ୟାଙ୍କ ବନ୍ଦ ରହିବ, ମେ ୨୩ରେ ବୁଦ୍ଧ ପୂର୍ଣ୍ଣିମା କାରଣରୁ ଅଗରତାଲା, ଆଇଜୋଲ, ବେଲାପୁର, ଭୋପାଲ, ଚଣ୍ଡିଗଡ଼, କାନପୁର, କୋଲକାତା, ଲକ୍ଷ୍ନୌ ସହ ଅନ୍ୟାନ୍ୟ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମେ ୨୫ ୪ର୍ଥ ଶନିବାର ଏବଂ ମେ ୨୬ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.