fbpx
BSKY
BJD SHG SKY
BJD YOUTH SKY

ବାପା ଆଣିବାକୁ ଯାଇଥିଲେ ଟ୍ରେନ୍ ଟିକେଟ, ପ୍ଲାଟଫର୍ମରୁ ନିଖୋଜ ହେଲା ୪ ବର୍ଷର ପୁଅ, ରହିଛି ସିସିଟିଭି ଫୁଟେଜ୍ ତଥାପି ୪୮ ଘଣ୍ଟା ପରେ ପୋଲିସର ହାତ ଖାଲି

ଜୟପୁର: ରାଜସ୍ଥାନ କୋଟା ରେଳ ଷ୍ଟେସନରେ ଜଣେ ୪ ବର୍ଷର ଶିଶୁ କିଡନାପ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ପିଲାର ବାପା ଜିଆରପି ପୋଲିସ ଥାନାରେ ରବିବାର ବିଳମ୍ବିତ ରାତିରେ ଏକ ଏଫଆଇଆର ରୁଜୁ କରିଥିଲେ । ଏହା ପରେ ଜିଆରପି ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା । ସେମାନେ ତୁରନ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଏଥିରେ ଅପହରଣ ବେଳର ଦୃଶ୍ୟ କଏଦ ହୋଇଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ବର୍ତ୍ତମାନ ସୁଦ୍ଧା ଜିଆରପି ପୋଲିସ ଶିଶୁର ସନ୍ଧାନ ପାଇ ନାହିଁ ।

ସୂଚନାରୁ ପ୍ରକାଶ କୈଥୁନ୍ ଥାନା ଅନ୍ତର୍ଗତ ଖେଡ଼ା ରସୁଲପୁର ବାସିନ୍ଦା ହେଉଛନ୍ତି ଓମ୍ ପ୍ରକାଶ ପ୍ରଜାପତି(ବାପା) । ଓମ୍ ପ୍ରକାଶଙ୍କ ପତ୍ନୀ କିଛି ଦିନ ପାଇଁ ତାଙ୍କ ବାପା ଘରକୁ ଯାଇଥିଲେ । ପରେ ତାଙ୍କ ପତ୍ନୀଙ୍କୁ ଘରକୁ ଫେରେଇ ଆଣିବା ପାଇଁ ଯାଇଥିଲେ ଓମ୍ ପ୍ରକାଶ । କିନ୍ତୁ ପତ୍ନୀ ମନା କରିଦେଇଥିଲେ । ଏହା ପରେ ଓମ୍ ପ୍ରକାଶ ସେଠାରୁ ତାଙ୍କ ୪ ବର୍ଷର ପୁଅ ଲିୱେଶଙ୍କୁ ନେଇ ଆଗ୍ରା ଅଭିମୁଖେ ଯାଉଥିଲେ । ତେବେ ରବିବାର ରାତିରେ ତାଙ୍କର ପ୍ରଥମ ଟ୍ରେନ୍ ଫେଲ୍ ହେବା ଯୋଗୁଁ ୨ୟ ଟ୍ରେନ୍ ଟିକେଟ କରିବା ପାଇଁ ନିଜ ପୁଅକୁ ଏକୁଟିଆ ପ୍ଲାଟଫର୍ମରେ ଛାଡ଼ି ପଳାଇଥିଲେ । ଏହି ସୁଯୋଗର ଫାଇଦା ଉଠାଇ ଅପହରଣକାରୀ ଜଣଙ୍କ ତାଙ୍କ ପୁଅକୁ କିଡନାପ୍ କରିଥିଲା । ପରେ ଓମ୍ ପ୍ରକାଶ ଟିକେଟ ନେଇ ଆସିବା ବେଳେ ତାଙ୍କ ପୁଅ ନିଖୋଜ ଥିଲା । ଏହା ପରେ ସେହି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅନେକ ଖୋଜା ଖୋଜି ପରେ ଲିୱେଶଙ୍କ କୌଣସି ସନ୍ଧାନ ମିଳିପାରିନଥିଲା । ପରେ ଜିଆରପି ଥାନାରେ ଅଭିଯୋଗ କରିଥିଲେ ଓମ୍ ପ୍ରକାଶ । ତାଙ୍କ କହିବାନୁଯାୟୀ ଲିୱେଶ ନାଲି ରଂଗର ପ୍ୟାଣ୍ଟ୍ ଏବଂ ବାନିୟାନ ପିନ୍ଧିଥିଲା ଏବଂ ପାଦରେ ସେଣ୍ଡେଲ ଥିଲା । ସିସିଟିଭି ଫୁଟେଜ ଅନୁଯାୟୀ ରବିବାର ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଜଣେ ଯୁବକ ପିଲାକୁ ନିଜ ସହ ନେଇଯାଉଥିବାର ଦେଖାଯାଇଛି । ଏନେଇ ଡେପୁଟି ଏସପିଙ୍କ କହିଛନ୍ତି କୋଟା, ବାରାଂ, ଇନ୍ଦରଗଡ଼, ସୱାଇମାଧୋପୁର, ଗଙ୍ଗାପୁର ସିଟି, ହିଣ୍ଡୋନ୍ ସିଟି ସହ ଜିଆରପି ଥାନା ଅଞ୍ଚଳରେ ଖୋଜା ଖୋଜି ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଆରପି ପୋଲିସକୁ ଅପହରଣକାରୀ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।

 

 

Get real time updates directly on you device, subscribe now.