fbpx
BSKY
BJD SHG SKY
BJD YOUTH SKY

ଯୁବକଙ୍କୁ ମହଙ୍ଗା ପଡିଲା ଚିକେନ ସ୍ୱରମା ଖାଇବା, ବାନ୍ତି କରି କରି ହାଲିଆ, ୨ ଦିନପରେ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଜଣେ ୧୯ ବର୍ଷୀୟ ଯୁବକଙ୍କର ଚିକେନ ସ୍ୱରମା ଖାଇ ପ୍ରାଣହାନୀ ଘଟିଛି । ଏହି ଯୁବକ ଜଣକ ଏକ ଷ୍ଟଲରେ ସ୍ୱରମା କିଣିଥିଲେ । ପୋଲିସ ସେହି ଷ୍ଟଲ ଚଳାଉଥିବା ଦୁଇଜଣଙ୍କୁ ଗିରଫ କରିନେଇଛନ୍ତି ।

ମୁମ୍ବାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ମୁତକ ଜଣକ ପରିଚୟ ପ୍ରଥମେଶ ଭୋସକେଙ୍କ ଭାବେ ହୋଇଛି । ସେ ୩ ମେ’ରେ ଟ୍ରୋମ୍ବେ ଅଞ୍ଚଳ ସ୍ଥିତ ଷ୍ଟଲରେ ସ୍ୱରମା କିଣି କାଇଥିଲେ । ସେ କହିଥିଲେ ଯେ, ୪ ମେ ରେ ଭୋସକେଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କର ବାନ୍ତି ହୋଇଥିଲେ । ତେଣୁ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏହାପରେ ସେ ପୁଣି ଅସୁସ୍ଥ ହୋଇପଡିଲେ । ପରିବାର ଲୋକେ ପୁଣି ହସ୍ପିଟାଲ ନେଇଥିଲେ ।

ଥାନା ଅଧିକାରୀଙ୍କ କହିବାନୁଯାୟୀ, ଜଣେ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ଏବଂ ଘରକୁ ପଠାଇଦେଇଥିଲେ । ଅଧିିକାରୀ କହିଛନ୍ତି ଯେ, ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଲଗାତାର ଖରାପ ହେଉଥିଲା. ଏଥିପାଇଁ ତାଙ୍କ ରବିବାର ସଂଧ୍ୟାରେ ପୁଣି କେଏଏମ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଜଣେ ଚିକିତ୍ସକ ତାଙ୍କର ଚିକିତ୍ସା କରିଥିଲେ । ହେଲେ ପରବର୍ତ୍ତୀ ମୁହୁର୍ତ୍ତରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ପୋଲିସ ସେହି ଦୁଇ ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଚଲାଇଛି ।

Get real time updates directly on you device, subscribe now.