fbpx
BSKY
BJD SHG SKY
BJD YOUTH SKY

କେବେ ମିଳିବ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ, ସୁପ୍ରିମକୋର୍ଟ କହିଲେ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଅର୍ଥାତ୍ ମେ’ ୧୦ ତାରିଖରେ ଆଦେଶ ଜାରି କରିପାରନ୍ତି । ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲଙ୍କ ଯାଚିକା ଉପରେ ଶୁଣାଣୀ କରୁଥିବା ପୀଠର ଅଧ୍ୟକ୍ଷ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି ଶୁକ୍ରବାର ଏହି ମାମଲାରେ ଅନ୍ତରୀଣ ଆଦେଶ ଆସିବ । ଗିରଫଦାରୀକୁ ଆହ୍ୱାନ କରି ଦାୟର ହୋଇଥିବା ମୁଖ୍ୟ ମାମଲା ଉପରେ ବି ଏହିଦିନ ନିଷ୍ପତ୍ତି ଆସିବ ।
ଏଠାରେ ସୂଚାଇ ଦିଆଯାଇପାରେ କି ମଙ୍ଗଳବାର କେଜ୍ରିୱାଲଙ୍କ ଜାମିନ ଯାଚିକା ଉପରେ ଶୁଣାଣୀ କରି କୋର୍ଟ ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ ।

ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ କହିଥିଲେ ପ୍ରଥମେ ଆମେ ଏହା ଦେଖିବୁ କି ଅନ୍ତରୀଣ ଜାମିନ ଦିଆଯାଇପାରୁଛି କି ନା । ଅନ୍ୟପକ୍ଷରେ ଇଡି କେଜ୍ରିୱାଲଙ୍କ ଜାମିନ ଯାଚିକାକୁ ବିରୋଧ କରିଛି । ଇଡି କହିଛି ନିର୍ବାଚନ କାରଣରୁ କେଜ୍ରିୱାଲଙ୍କ ପ୍ରତି କୌଣସି ନରମ ମନୋଭାବ ପୋଷଣ କରାଯିବା ଅନୁଚିତ ।

Get real time updates directly on you device, subscribe now.