fbpx
BSKY
BJD SHG SKY
BJD YOUTH SKY

T-20 World Cup-2024; ମୋବାଇଲରେ ମାଗଣାରେ ଦେଖିପାରିବେ ଟି-୨୦ ବିଶ୍ୱକପ: ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଏହାମଧ୍ୟରେ ଲୋକପ୍ରିୟ ଡିଜିଟାଲ ଷ୍ଟ୍ରିମିଂ ଆପ୍ ଡିସନୀ ପ୍ଲସ ହଟଷ୍ଟାର ଏକ ବଡ଼ ଘୋଷଣା କରିଛି । ଏଥା ମାଗଣାରେ ମୋବାଇଲରେ ହିଁ ଟି-୨୦ ବିଶ୍ୱକପ ୨୦୨୪ ଦେଖିପାରିବେ କ୍ରିକେଟପ୍ରେମୀ । ଓଟିଟି ପ୍ଲାଟଫର୍ମରେ ଦିନିକିଆ ବିଶ୍ୱକପ ଏବଂ ଏସିଆ କପ୍ ଭଳି ଟି-୨୦ ବିଶ୍ୱକପ ମଧ୍ୟ ଷ୍ଟ୍ରିମିଙ୍ଗ କରିବା ନେଇ ହଟଷ୍ଟାର ପକ୍ଷରୁ ଘୋଷଣା କରାଯାଇଛି ।

ଡିସନୀ ପ୍ଲସ ହଟଷ୍ଟାର ଇଣ୍ଡିଆର ମୁଖ୍ୟ ସଜିଥ୍ ଶିବାନନ୍ଦନ ଏ ନେଇ କହିଛନ୍ତି ଯେ, କ୍ରିକେଟକୁ ଅଧିକ ଲୋକପ୍ରିୟତା ଦେବା ପାଇଁ ଆସନ୍ତା ଟି-୨୦ ବିଶ୍ୱକପ ମାଗଣାରେ ଟେଲିକାଷ୍ଟ କରିବାକୁ ନିଷ୍ପତ୍ତି ନେଇଛି ହଟଷ୍ଟାର । ଏହାସହିତ ଦେଶର ଅଧିକାଂଶ ଦର୍ଶକଙ୍କ ନିକଟରେ ବିଶ୍ୱକପ ପହଞ୍ଚାଇବା ସହ ମ୍ୟାଚର ସମସ୍ତ ଅପଡେଟ ଦେବା ଏହାର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି । ଲୋକଙ୍କୁ ଏକାଠି କରିବାରେ କ୍ରିକେଟ୍ ଅନ୍ୟ ଖେଳ ଅପେକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଗତ ବର୍ଷର ଏସିଆ କପ୍ ଏବଂ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ ମଧ୍ୟ ମୋବାଇଲରେ ମାଗଣାରେ ପ୍ରଦାନ କରିଥିଲା ହଟଷ୍ଟାର । ଏହାଦ୍ୱାରା କମ୍ପାନୀକୁ ଅନେକ ଫାଇଦା ଦେଇଥିଲା ବୋଲି ଶିବାନନ୍ଦନ କହିଛନ୍ତି ।

ତେବେ ଦିନିକିଆ ବିଶ୍ୱକପ ଫାଇନାଲ(ଭାରତ ବନାମ ଅଷ୍ଟ୍ରେଲିଆ)ରେ ଏକ ବିଶାଳ ରେକର୍ଡ ସୃଷ୍ଟି କରିଥିଲା ହଟଷ୍ଟାର ଭ୍ୟୁୟରସିପ୍ । ଫାଇନାଲ ମ୍ୟାଚରେ ଏକାସାଙ୍ଗରେ ୫.୯ କୋଟିରୁ ଅଧିକ ୟୁଜର ହଟଷ୍ଟାର ମାଧ୍ୟମରେ ବିଶ୍ୱକପ ଦେଖୁଥିବା ରେକର୍ଡ କରାଯାଇଥିଲା । ଜୁନ୍ ୨ ତାରିଖ ସନ୍ଧ୍ୟା ୬ଟା ସମୟରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଆମେରିକା ଏବଂ କାନାଡ଼ା । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୫ଟି ମ୍ୟାଚ କେଳାଯିବ । ଏବଂ କ୍ରିକେଟପ୍ରେମୀ ମାନେ ଡିସନୀ ପ୍ଲସ ହଟଷ୍ଟାର ମାଧ୍ୟମରେ ଏହିସବୁ ମ୍ୟାଚ ମାଗଣାରେ ନିଜ ମୋବାଲରେ ଦେଖିପାରିବେ ।

ସୂଚନା ଅନୁସାରେ, ଆସନ୍ତା ଜୁନ୍ ୨ ତାରିଖରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ । ଆମେରିକାର ୩ଟି ଗ୍ରାଉଣ୍ଡରେ ଏବଂ ୱେଷ୍ଟଇଣ୍ଡିଜର ୬ଟି ଷ୍ଟାଡିୟମରେ ବିଶ୍ୱର ୨୦ଟି ଦଳ ଟ୍ରଫି ପାଇଁ ମୁହାଁମୁହିଁ ହେବେ । ଆଇପିଏଲ ଶେଷ ହେବାର ଗୋଟିଏ ସପ୍ତାହ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଏହା ବିଶ୍ୱର ସର୍ବାଧିକ କ୍ରିକେଟପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିବ ବୋଲି ଆଶା କରାଯାଉଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଜୁନ୍ ୯ ତାରିଖରେ ଦେଖିବାକୁ ମିଳିବ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ହାଇ ଭୋଲ୍ଟେଜ ମ୍ୟାଚ୍ ।

Get real time updates directly on you device, subscribe now.