fbpx
BSKY
BJD SHG SKY
BJD YOUTH SKY

(Video) ଛୋଟ ପରଦାକୁ ଫେରୁଛି ‘ମହାଭାରତ’: ରାମାୟଣ ପରେ ଟିଭିରେ ଟେଲିକାଷ୍ଟ ହେବ ‘ମହାଭାରତ’

ଓଡ଼ିଶା ଭାସ୍କର: ଟେଲିଭିଜନରେ ସବୁଠାରୁ ଲୋକପ୍ରିୟ ଧାରାବାହିକ ଭାବରେ ପରିଚିତ ହୋଇଛି ‘ମହାଭାରତ’ ଏବଂ ‘ରାମାୟଣ’ । ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଏବଂ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଟେଲିଭିଜନ ଦୁନିଆରେ ଇତିହାସ ସୃଷ୍ଟି କରିଥିଲେ । ଭାରତ ମାଟିର ଏହି ଦୁଇ ପୌରାଣିକ ଗ୍ରନ୍ଥକୁ ଲୋକେ ଆଜି ବି ଦେଖିବା ପାଇଁ ଖୁବ ପସନ୍ଦ କରୁଛନ୍ତି । ଯେଉଁ ସମୟରେ ସବୁ ଲୋକଙ୍କ ଘରେ ଟିଭି ନଥିବା ବେଳେ ଏହି ମହାଭାରତ ସିରିଏଲ ଟେଲିକାଷ୍ଟ ହୋଇଥିଲା । ତେଣୁ ଅନେକ ଲୋକ ଏହାକୁ ଦେଖିବା ପାଇଁ ପଡ଼ୋଶୀଙ୍କ ଘରକୁ ଯାଉଥିଲେ । ତେବେ ଏହି ମହାଭାରତ ପୁଣିଥରେ ଛୋଟ ପରଦାକୁ ଫେରୁଥିବା ଜାଣିବାକୁ ମିଳିଛି ।

ମହାଭାରତର କାହାଣୀକୁ ପ୍ରଥମ ଥର ପାଇଁ ବି.ଆର ଚୋପ୍ରା ଟେଲିଭିଜନ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ଲୋକଙ୍କ ମଧ୍ୟରେ ଖୁବ ହିଟ୍ ରହିଛି ଏହି ଶେଣା’ । ଏହାପରେ ଏକତା କପୁର ମଧ୍ୟ ଏକ ‘ମହାଭାରତ’ ଶୋ’ କରିଥିଲେ, କିନ୍ତୁ ଏହା ପୁରୁଣା ‘ମହାଭାରତ’ର କ୍ରେଜକୁ ଛୁଇଁପାରିଲା ନାହିଁ । ତେବେ ଏହାମଧ୍ୟରେ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚାକୁ ଆସିଛି ବି.ଆର ଚୋପ୍ରାଙ୍କ ଏହି ଲୋକପ୍ରିୟ ଶୋ’ ‘ମହାଭାରତ’ । ଦର୍ଶକଙ୍କ ଇଚ୍ଛାକୁ ସ୍ୱାଗତ କରି ପୁଣିଥରେ ଦୁରଦର୍ଶନରେ ‘ମହାଭାରତ’ ଟେଲିକାଷ୍ଟ କରାଯାଉଛି । ପ୍ରତ୍ୟେକ ସୋବାରରୁ ଶନିବାର ସନ୍ଧ୍ୟା ୫ଟାରେ ଦୁରଦର୍ଶନରେ ଏହି ଶୋ’ ଦେଖିପାରିବେ ଦର୍ଶକ ।

ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଭଳି ବି.ଆର ଚୋପ୍ରାଙ୍କ ‘ମହାଭାରତ’ ମଧ୍ୟ କୋଟି କୋଟି ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ୧୯୮୮ରେ ଦୁରର୍ଦାନରେ ଏହି ସିରିଏଲ ଆରମ୍ଭ ହୋଇଥିଲା । ଏହି ଧାରାବାହିକରେ ନିତୀଶ ଭରଦ୍ୱାଜ, ଗୁମ୍ଫି ପେଣ୍ଟଲ, ମୁକେଶ ଖାନ୍ନା, ସୁରେନ୍ଦ୍ର ପାଲ, ପଙ୍କଜ ଧୀର, ଗଜେନ୍ଦ୍ର ଚୌହାନ, ପ୍ରବୀଣ କୁମାର, ଗିରିଜା ଶଙ୍କର ଏବଂ ରୂପା ଗାଙ୍ଗୁଲି ପ୍ରମୁଖ ଭୂମିକାରେ ରହିଥିଲେ । ତେବେ ୧୯୮୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ‘ମହାଭାରତ’ର ଲୋକପ୍ରିୟତାରେ ବିଶେଷ ପରିବର୍ତ୍ତନ ହୋଇନାହିଁ ।

Get real time updates directly on you device, subscribe now.