fbpx
BSKY
BJD SHG SKY
BJD YOUTH SKY

ଅକ୍ଷୟ ତୃତୀୟାରେ ଘରକୁ ଆଣନ୍ତୁ ମାତ୍ର ୫ ଟଙ୍କାର ଏହି ଜିନିଷ, ଧନର ଭଣ୍ଡାର ଖୋଲିଦେବେ ମା’ ଲକ୍ଷ୍ମୀ

ଓଡ଼ିଶା ଭାସ୍କର: ଆଉ ମାତ୍ର ଗୋଟିଏ ଦିନ ପରେ ସାରା ଦେଶରେ ପବିତ୍ର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯିବ । ଏହା ବର୍ଷର ସବୁଠାରୁ ଶୁଭ ତିଥି ହୋଇଥାଏ । କୁହାଯାଏ ଏହିଦିନ ସୁନା ରୂପା କିଣିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ତାଙ୍କ ଆଶୀର୍ବାଦରୁ ଧନଧାନ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

କିନ୍ତୁ ଆଜିର ମହଙ୍ଗା ବଜାରରେ ସୁନା ରୂପା କିଣିବା ସମସ୍ତଙ୍କ ଲାଗି ସମ୍ଭବ ନୁହେଁ । ଏପରି ସ୍ଥିତିରେ ଜ୍ୟୋତିଷବିଦ୍ ମାତ୍ର ୫ ଟଙ୍କାର ଏପରି ଏକ ଜିନିଷ ବିଷୟରେ କହିଛନ୍ତି ଯାହା ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିଦେବ ।
ଯଦି ଆପଣ ଏହିଦିନ କିଛି ମହଙ୍ଗା ଜିନିଷ କିଣି ପାରୁ ନାହାନ୍ତି ତେବେ ବଜାରରୁ କିଛି ଗୋଟା ଧନିଆ ଜରୁର କିଣି ଘରକୁ ଆଣନ୍ତୁ । ବଜାରରେ ଆପଣଙ୍କୁ ୫ ଟଙ୍କାରେ ବେଶ୍ ଆରାମରେ ଧନିଆ ମିଳିଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନିଆ ଖୁସି ଓ ସୁଖ ସଂପନ୍ନତାର ପ୍ରତୀକ ହୋଇଥାଏ । ଏଣୁ ଧନତେରସ, ଅକ୍ଷୟ ତୃତୀୟା ଓ ନୂଆ ବର୍ଷ ପରି ଶୁଭ ତିଥିରେ ଧନିଆ କିଣା ଯାଇଥାଏ ।

ଅକ୍ଷୟ ତୃତୀୟାରେ ଧନିଆର କିଛି ବିଶେଷ ପ୍ରୟୋଗ ବି ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ । ଏହିଦିନ ସନ୍ଧ୍ୟାରେ ଧନିଆ ରଖି ମା’ ଲକ୍ଷ୍ମୀଙ୍କ ବିଧିବଦ୍ଧ ପୂଜା କରନ୍ତୁ । ପରବର୍ତ୍ତୀ ଦିନ ସକାଳେ ଏହି ଧନିଆକୁ କୌଣସି କୁଣ୍ଡିଆ କିମ୍ବା ବଗିଚାରେ ଛିଞ୍ଚି ଦିଅନ୍ତୁ । ଆପଣଙ୍କୁ ଧନ ଲାଭ ହେବ ।
ଅକ୍ଷୟ ତୃତୀୟାରେ କିଣିଥିବା ଧନିଆକୁ ପୂଜା ପରେ ସାଇତି କରି ରଖନ୍ତୁ । ୭ ଦିନ ପରେ ତାହାକୁ ଗାଈକୁ ଖୁଆଇ ଦିଅନ୍ତୁ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

Get real time updates directly on you device, subscribe now.