fbpx
BSKY
BJD MC SKY
BJD YOUTH SKY

ବିଚ୍ ରାସ୍ତାରେ ମହିଳା ହାଇଡ୍ରାମା: ରାସ୍ତାରେ ଖୋଲିଦେଲେ ଡ୍ରେସ; ପୋଲିସ ସହ ଲଢେଇ

ନୂଆଦିଲ୍ଲୀ: ନିଶାଶକ୍ତ ଅବସ୍ଥାରେ ରାସ୍ତା ମଝିରେ ଏକ ହାଇ ଭୋଲଟେଜ ଡ୍ରାମା କରିଛନ୍ତି ଜଣେ ମହିଳା । ଶହ ଶହ ଲୋକଙ୍କ ଭିଡ଼ ଭିତରେ ମହିଳା ଜଣଙ୍କ କପଡ଼ା ଖୋଲିବା ସହ ପୋଲିସ ସହ ମଧ୍ୟ ପାଟିତୁଣ୍ଡ କରିଥିବା ଦେଖାଯାଇଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ବର୍ତ୍ତମାନ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ନିଶାଶକ୍ତ ଅବସ୍ଥାରେ ଜଣେ ମହିଳା ବିଚ୍ ରାସ୍ତାରେ ଜଣେ ପୋଲିସ କର୍ମୀଙ୍କ ସହ ପାଟିତୁଣ୍ଡ କରୁଥିବା ଏହି ଭିଡିଓରେ ଦେଖାଯାଇଛି । ତେବେ ଏହି ଘଟଣାଟି ଉତ୍ତରପ୍ରଦେଶର କାନପୁରରେ ହୋଇଥିବା ଜାଣିବାକୁ ମିଳିଛି । ମହିଳା ଜଣକ ନିଜ ଚୁଟି ଉଡ଼ାଇ ଏଣେ ତେଣେ ବୁଲୁଥିବା ଭିଡିଓରେ ରେକର୍ଡ ହୋଇଛି । ଫଳରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଏକାଠି ହୋଇଯାଇଥିଲା ଏବଂ ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ନିଶାରେ ଚୁର୍ ଥିବା ଏହି ମହିଳା ଜଣକ ପୋଲିସ କର୍ମୀଙ୍କ ସହ ମଧ୍ୟ ପାଟିତୁଣ୍ଡ କରିଛନ୍ତି ଏବଂ ପୋଲିସକୁ ଧକ୍କା ମାରିଥିବା ମଧ୍ୟ ଦେଖାଯାଉଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ନିଶାଶକ୍ତ ମହିଳା ଜଣକ ଏହି ପାଟିତୁଣ୍ଡ ସମୟରେ ନିଜ କପଡ଼ା ଚିରିବାକୁ ଚେଷ୍ଟା କରୁଥିବାର ଭିଡିଓରେ ଦେଖାଯାଇଛି । ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ମହିଳା ଜଣକ ଏପରି ହଙ୍ଗାମା କରିବା ପରେ ପୋଲିସ ତାଙ୍କୁ କାବୁ କରିଥିଲା । ତେବେ ଏହି ମାମଲାକୁ ନେଇ ନଜୀରାବାଦ ଥାନାର ଇନଚାର୍ଜ କୌଶଳେନ୍ଦ୍ର ସିଂହ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କ ପରିଚୟ ହୋଇ ପାରିନାହିଁ । ତେବେ ପ୍ରବଳ ନିଶାରେ ଥିବାବେଳେ ସେ ଏପରି କାଣ୍ଡ କରିଥିବା ସୂଚନା ଦେଇଛି ପୋଲିସ । ଏହାପରେ ମହିଳାଙ୍କର ମେଡିକାଲ ଟେଷ୍ଟ କରିବା ସହ ହୋସକୁ ଆସିଲେ ତାଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।

Get real time updates directly on you device, subscribe now.